ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ
ବ୍ରହ୍ମପୁର,ତା ୦୪/୦୪ ସ୍ଥାନୀୟ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ସମୂହ ଖାଡ଼ିଛୁଆଁ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତହୋଇଯାଇଛି ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରକାରର ପୂର୍ବପ୍ରସ୍ତୁତି ହୋଇଥିଲା ମୁଖ୍ୟ ମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ସାହିସାହି ଗଳିଗଳି ବୁଲି ବଣ୍ଟା ଯାଇଥିଲା । ଫଳ ସ୍ୱରୂପ ସାପ୍ତାହିକ କାର୍ଯ୍ୟକ୍ରମ ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ଯଥା କ୍ରମେ ଶିଶୁବାଟିକାରେ ୧୨ ଜଣ ପ୍ରଥମ ଶ୍ରେଣୀରେ ୩ ଜଣ ନାମନମୋଦନ କରାଇଛନ୍ତି । ଏହି କ୍ରମରେ ଚାଚାନେହେରୁ କ୍ଲଷ୍ଟରର ସି.ଆର.ସି.ସି ବାଙ୍କ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମସ୍ତ ସଭ୍ୟ, ସଭ୍ୟା ଓ ନବାଗତ ଛାତ୍ରଛାତ୍ରୀଙ୍କର ପିତାମାତା ଓ ଅଭିଭାବକ ଗଣ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ରେଜେଶ୍ବରୀ ଦାଶଙ୍କର ପୌରହିତରେ ସମୂହ ଖଡ଼ିଛୁଆଁ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ରଙ୍ଗାଇଲୁଣ୍ଡl ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ସରକାରଙ୍କ ଦ୍ୱାରା ପ୍ରଦତ୍ତ ସ୍କୁଲ ବ୍ୟାଗ୍ ନବାଗତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ । ପରିଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତାମାତା ତଥା ଅଭିଭାବକ ମାନଙ୍କୁ ସମ୍ବୋଧନ କରି ଗୁଣାତ୍ମକ ଶିକ୍ଷାରେ ସମାଜର ଭୂମିକା, ପିତାମାତା ଅଭିଭାବକ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଥିଲେ ।ପରିଶେଷରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ଲେଟ୍, ବିସ୍କୁଟ,ଚକୋଲେଟ୍ ଖାଡ଼ି ଓ ମିଷ୍ଟାନ ବଣ୍ଟନ କରି ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଗଲା ।

