ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

ଦୁର୍ଗମ ଅଞ୍ଚଳରେ ଶିକ୍ଷା ସୁବିଧା ବଢାଇବାକୁ କେନ୍ଦ୍ରକୁ ଅନୁରୋଧ

ନୂଆଦିଲ୍ଲୀ | ୫ ଏପ୍ରିଲ ୨୦୨୬ — ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଜନଜାତି ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଘୋର ଅଭାବ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ।

ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ଜନଜାତି କାର୍ଯ୍ୟ ମନ୍ତ୍ରାଳୟକୁ ପଚାରିଥିଲେ ଯେ ବର୍ତ୍ତମାନର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସଂଖ୍ୟା ଦୂର୍ଗମ ଅଞ୍ଚଳ ଏବଂ ପ୍ରତ୍ୟେକ ବ୍ଲକ ର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ କି ନୁହେଁ? ସାଂସଦ ଶ୍ରୀ ବିଶି କହିଥିଲେ ଯେ ଅନେକ ଜିଲ୍ଲାରେ କେବଳ ଗୋଟିଏ ଲେଖାଏଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରହିଛି।

ସାଂସଦ ଶ୍ରୀ ବିଶି ଦାବି କରିଥିଲେ ଯେ ୨0 ପ୍ରତିଶତରୁ ଅଧିକ ଆଦିବାସୀ ଜନସଂଖ୍ୟା ଥିବା ପ୍ରତ୍ୟେକ ବ୍ଲକ୍‌ରେ ଗୋଟିଏ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଉ।

କେନ୍ଦ୍ର ଜନଜାତି କାର୍ଯ୍ୟ ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଲିଖିତ ଉତ୍ତର ଦେଇ କହିଥିଲେ ଯେ 2018–19 ବଜେଟ୍‌ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିଲା। ୭୨୮ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅନୁମୋଦନ ହୋଇଛି, ସେଥିମଧ୍ୟରୁ 499 ଟି ବିଦ୍ୟାଳୟ ଚାଲୁଅଛି ଓ 458 ସିବିଏସଇ ସହ ଯୋଡ଼ାଯାଇଛି।ଶ୍ରୀ ବିଶି କହିଥିଲେ ଯେ ଦେଶରେ ବହୁତ ବ୍ଲକ ରେ ଏପର୍ଯ୍ୟନ୍ତ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହୋଇନାହିଁ ତେଣୁ ଆଦିବାସୀ ବହୁଳ ପ୍ରତ୍ୟେକ ବ୍ଲକ ରେ ଏକଲବ୍ୟ ଆଦର୍ଶ ସ୍କୁଲ ସ୍ଥାପନ କରାଯାଉ l

Related posts

ମହାସଂଘ କଳା ଓ କଳାକାରଙ୍କ ହିତ ସାଧନ ନିମନ୍ତେ ଅଙ୍ଗିକାରବଦ୍ଧ ଅନୁଷ୍ଠାନ : ମଞ୍ଚମୋହନ

ଶିଶୁ ସୁରକ୍ଷା ଅଧିନିୟମ ଓ ବନ୍ଧକ ଶ୍ରମିକ ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!