ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଳମ୍ବା ରେ ପଞ୍ଚୁଦଣ୍ଡ ମହାମିଳନ 

ଓଳମ୍ବା ରେ ପଞ୍ଚୁଦଣ୍ଡ ମହାମିଳନ 

ଆସିକା, ୬/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ,ଭାମଶିଆଳି, ଗୁଣ୍ଠପଡା,ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

Related posts

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ଅ’ ପତ୍ରିକା ଓ ସାଂସ୍କୃତିକ ଅନୁଷ୍ଠାନକୁ ‘ସାହିତ୍ୟ ସମ୍ମାନ’ 

masiha

Leave a Comment

error: Content is protected !!