ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର – ୮/୦୪ —  ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ବିଜେପି ସେଥିପାଇଁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ଆଗୁଆ ଦୃଢ ପଦକ୍ଷେପ ନେଉଛି ।ଦଳ ଭିତରେ କର୍ମିଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବ୍ୟବସ୍ଥା କରୁଛି ।ପ୍ରଥମରେ ଜିଲ୍ଲା ଯୋଜନା ବୋର୍ଡରେ ବହୁ ନେତୃବୃନ୍ଦ କୁ ଥଇଥାନ କରିବା ପରେ ଏବେ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ବହୁ ନେତୃଵୃନ୍ଦଙ୍କୁ ଥଇଥାନ କରିଛି । ଦଳ ତରଫରୁ ଯେଉଁ ମାନେ ତ୍ୟାଗ, ନିଷ୍ଠା, ଦାୟିତ୍ବ ପୁର୍ଣ କାମ ସଠିକ ଭାବରେ ସମ୍ପାଦନା କରୁଛନ୍ତି ସେମାନଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଦଳ ସେମାନଙ୍କୁ ପୁରସ୍କୃତ କରିଛି ।ମୟୂରଭଂଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଡ଼ାଃ ବୁଢ଼ାନ ମୁର୍ମୁ ଙ୍କୁ ନିଯୁକ୍ତି ଦିଆଯାଇଛି ।ସେ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ।ଦଳ ୨୦୨୫ ରେ ତାଙ୍କୁ ଟିକେଟରୁ ବଂଚିତ କରିଥିଲା ।କିନ୍ତୁ ସେ ନିରାଶ ନ ହୋଇ ଦଳ ତାଙ୍କୁ ଯାହା ଦାୟିତ୍ଵ ଦେଇଥିଲା ତାହାକୁ ନିଷ୍ଠାର ସହ ତୁଲାଇ ଆସୁଛନ୍ତି । ଦଳ ସେଥିପାଇଁ ତାଙ୍କୁ ଜଣେ ଅଭିଜ୍ଞ ରାଜନୀତିଜ୍ଞ ହୋଇଥିବାରୁ ମୟୂରଭଂଜ ଏସଡିସି ଅଧ୍ୟକ୍ଷ ପଦରେ ପୁରସ୍କୃତ କରିଛନ୍ତି ।ସେ ଜଣେ ଭଦ୍ର , ଅମାୟିକ, ସରଳ ବ୍ୟକ୍ତିତ୍ଵ ।ସେବାରେ ଜଣେ ଭଲ ଡାକ୍ତର । ଦଳର ଅଧ୍ୟକ୍ଷ ପଦ ଗ୍ରହଣ କଲାପରେ ପ୍ରଥମ କରି ଆଜି ରାଇରଙ୍ଗପୁର ଗସ୍ତରେ ଆସିଥିଲେ ।ରାଇରଙ୍ଗପୁର ରାଜସ୍ଵ ବଙ୍ଗଳାରେ ତାଙ୍କୁ ବିଜେପିର ବହୁ ଦଳୀୟ ନେତୂବୃନ୍ଦ, ଯୁବମୋର୍ଚ୍ଚା ସଦସ୍ଯବୃନ୍ଦ ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।ଡାଃ ବୁଢ଼ାର ମୁର୍ମୁ ଭାବ ବିହ୍ୱଳ ହୋଇ କହିଥିଲେ ମୟୂରଭଂଜ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ତଥା ଆଦିବାସୀଙ୍କ ବିକାଶ , ସଂସ୍କୃତି, କଳା, ସାହିତ୍ୟ ,ରାସ୍ତାଘାଟ,ବିଜୁଳି,ପାନୀୟ ଜଳ,ସଂସ୍କୃତି ପୀଠ ଜାହିରା ଉନ୍ନତିକରଣ ପାଇଁ ଶତ ପ୍ରତିଶତ ଚେଷ୍ଟା କରିବେ ।ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେପି ଯୁବମୋର୍ଚା ରାଜ୍ୟ ଉପସଭାପତି ଆଲୋକ ରଞ୍ଜନ ମହାନ୍ତ,ରାଇରଙ୍ଗପୁର ନଗର ବିଜେପି ସଭାପତି ଜିତେନ୍ଦ୍ର ବାରିକ( ଲାଲା), ଡିଜିଟାଲ ସଂଯୋଜକ ଶଶାଙ୍କ କୁମାର,ଜ୍ୟୋତିପ୍ରକାଶ ରଣା( ବାପୁନ୍),ଚିକୁ ରାମ,ସତ୍ୟଜିତ ମାଟିଆ,ବସନ୍ତ ମହାନ୍ତ,କେଦାରନାଥ ଦଳେଇ,ଅଭିଷେକ ମହାନ୍ତି,ସିକନ୍ଦର ଦାସ,କାଉନସିଲର ଦେବାଶିଷ ନାଏକ,ଦେଖି ମହାନ୍ତ,କିଶନ ପରିଡା,ଲିପୁ ମହାନ୍ତି,ରାଜୁ ମହାନ୍ତି,ମୋଟୁ ମହାନ୍ତି,ସୁବାଷ ବେହେରା,ଗୋପିନାଥ ଟୁଡୁ,ଜଗନ୍ନାଥ ମହାନ୍ତି,ବାବା ଭାଇଙ଼କ ସମେତ ବହୁ ବିଜେପି କର୍ମି ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ 

masiha

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!