ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପୁଅକୁ ଦିଲ୍ଲୀରେ ଡକ୍ଟରେଟ ସମ୍ମାନୀତ

ଓଡ଼ିଆ ପୁଅକୁ ଦିଲ୍ଲୀରେ ଡକ୍ଟରେଟ ସମ୍ମାନୀତ

ବସ୍ତା ୭/୪(ଆପ୍ର):ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଞ୍ଚାୟତର କୁଣ୍ଡୁଳି (ଗଙ୍ଗାଧରପୁର) ଗ୍ରାମର ବାସିନ୍ଦା ଡା.ବସନ୍ତ କୁମାର ଜେନାଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଏହି ଗରିମାମୟ ସମ୍ମାନଟି ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ଅନୁଷ୍ଠାନରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ସହ ଦେହେରାଦୁନ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ଡା.ରିଚ ସୁଦ,ଗ୍ରାମୀଣ କ୍ଷେତ୍ର ଅଧ୍ୟକ୍ଷ ଯୋଗେଶ ରାଣା,ତିହାର ଜେଲର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ଭାଟିଆ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗଙ୍କ ଉପସ୍ଥିତିରେ ରବିବାର ପ୍ରଦାନ କରାଯାଇଥିଲା। ୱାର୍ଲ୍ଡ କଲ୍ଚରାଲ୍ ଆଣ୍ଡ ଏଜୁକେ ସନାଲ ଅର୍ଗାନାଇଜେସନ୍ ଦ୍ୱାରା ଏହି ସମ୍ମାନ ଦିଆଯାଇ ଛି। ଶ୍ରୀ ଜେନା ହଟୁଚରଣ ହାଇସ୍କୁଲ୍, ଧିତପୁରାରୁ ୧୯୯୪ ମସିହାରେ ଦଶମ ଶ୍ରେଣୀରେ ଟପ୍ପର୍ ଥିଲେ ଏବଂ ଅମର୍ଦ୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟ ରୁ ୧୯୯୬ ମସିହାରେ ଦ୍ୱାଦଶ ବିଜ୍ଞାନରେ ଟପ୍ପର୍ ହୋଇଥିଲେ। ପରେ ସେ ଆଇଆଇଟି ନୂଆଦିଲ୍ଲୀରୁ ୨୦୧୧ରେ ବି.ଟେକ, ଏବଂ ଆସାମ ଡନ ବୋସ୍କୋ ବିଶ୍ୱବିଦ୍ୟାଳୟ,ଗୁୱାହାଟି ରୁ ୨୦୧୪ରେ ଏମ.ଟେକ ସମ୍ପନ୍ନ କରିଥିଲେ। ସେ ୧୯୯୮ ରୁ ୨୦୧୮ ପର୍ଯ୍ୟନ୍ତ ୨୦ ବର୍ଷ ଧରି ଭାରତୀୟ ବାୟୁସେନାରେ ଜୁନିୟର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ ଭାବେ ସେବା ଦେଇ ଅବସର ନେଇଛନ୍ତି। ଏହି ସଫଳତା ପରେ ତାଙ୍କ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଗୌରାବନିତ୍ୟ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ପିତା ଲକ୍ଷ୍ମୀଧର ଜେନା, ମାତା ପୁଷ୍ପା ମଞ୍ଜରୀ ଜେନା,ପତ୍ନୀ ରଶ୍ମିରେଖା ଜେନା,ଶିକ୍ଷୟତ୍ରୀ ଭଉଣୀ ସଞ୍ଜିତା ଜେନା ଓ ରଞ୍ଜିତା ଜେନା ସହ ପରିବାରସଦସ୍ୟ, ଆତ୍ମୀୟସଜନ ବସ୍ତା ଅଞ୍ଚଳର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କୁ ହୃଦୟ ପୂର୍ବକ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଅଞ୍ଚଳ ପାଇଁ ଏକ ଗୌରବମୟ ମାଇଲସ୍ଟୋନ ବୋଲି ବର୍ଣ୍ଣନା କରି ଗ୍ରାମୀଣ ଶିକ୍ଷାର ପରିବର୍ତ୍ତନ ଓ ଯୁବପିଢ଼ୀଙ୍କୁ ପ୍ରେରଣା ଦେବାରେ ଡା.ଶ୍ରୀ ଜେନାଙ୍କ ଅବିରତ ପ୍ରୟାସକୁ ଭୁୟସୀ କରିଛନ୍ତି।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି/ ଅତିଷ୍ଠ ହୋଇ ବଦଳି ଦାବିନେଇ ଧାରଣାରେ ଗ୍ରାହକ

Sunil Chandra Nayak

ସମାଜସେବୀ ବବୃ ବାହାନ ଙ୍କ ଦେହାନ୍ତ ରେ ଶୋକ ର ଛାୟା

Sunil Chandra Nayak

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!