ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୦/୦୪/୨୬ : ଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଆଜିର ଦିବସକୁ ଜିଲ୍ଲାରେ “ଲୋକକଳା ପାଇଁ ଦିନଟିଏ” ଭାବରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ବ୍ଲକ ଗୁଡିକରେ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵାବଧାନରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

     ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକକଳା ଗୁଡ଼ିକର ସଂରକ୍ଷଣ, ପ୍ରଚାର ପ୍ରସାର ଉପରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଜିଲ୍ଲାର ସବୁ ଲୋକକଳା, ସଂସ୍କୃତି , ପରମ୍ପରା ଆଦି ଯେଭଳି ସବୁବେଳେ ବଜାୟ ରହିବ ତାହା ଉପରେ ଗୁରୁତ୍ଵାରୋପ କରଯାଇଥିଲା। ସେହିଭଳି କଳାକାର ମାନଙ୍କ ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶାର ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଆଜିର ଦିନଟିକୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ସମସ୍ତେ ଏକତ୍ରିତ ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବା ଆବଶ୍ୟକ। ଏହି ଅବସରରେ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ, ଗୀତ ଗାଇ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାର ମାନେ ମତ ରଖିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ     

masiha

ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା ପ୍ରଶାସନିକ ତଦନ୍ତ ଆରମ୍ଭ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

masiha

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!