ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ଆଈଙ୍କ ସ୍ମୃତିରେ

ଆଜି ପରା ତୁମ ଶ୍ରାଦ୍ଧ ଦିବସ

     ତୁମ ସ୍ମୃତି ପଡୁଛି ମନ

ପୁଅ ଝିଅ ନାତି ନାତୁଣୀଙ୍କ ମେଳ

      ତୁମକୁ ଦେଇ ସ୍ନେହ ସମ୍ମାନ ll

 

ଦେବଦୂତ ସାଜି ଆସିଥିଲ ତୁମେ

     ଅଜାଡ଼ିଛ ବହୁ ସ୍ନେହ ଆଦର

ଜଗନ୍ନାଥଙ୍କ କରୁଣା ସଦା ରହୁ

     ସଦଗତି ଲଭୁ ତୁମ ଆତ୍ମାର ll

 

ସ୍ମୃତିରେ ତୁମେ ଆଜି ଡୁବି ଅଛ

    ଆମ ଜୀବନ ଅଗଣାରେ

ହେଲେ ନାହିଁ ଆଶାର ଅବସାନ

    ଏ ମନ ଆଜି ବହୁ ଝୁରେ ll

 

ଆଜି ତୁମ ଅଟେ ଶ୍ରାଦ୍ଧ ଦିବସ

   ପାଳିବୁ କରି ଶ୍ରଦ୍ଧା ତର୍ପଣ

ଝୁରୁଛି ତୁମକୁ ଏହି ଆମ ମନ

    ପିଣ୍ଡ କରମ କରିବୁ ଅର୍ପଣ ll

 

ଜୀବନ ସଂଗ୍ରାମେ ହାରି ନାହଁ ତୁମେ

    ତୁମେ ଅଟ କାଳଜୟୀ

ଆଶୀଷ ଦିଅ ଢାଳି ତୁମେ ଆଜି 

    ତୁମେ ଅଟ ଅମୃତମୟୀ ll

 

ତ୍ରିନାଥ ପଟ୍ଟନାୟକ

    ( ଅଧ୍ୟାପକ ତଥା କବି)

  ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର

 ପୋ:ଜିଲ୍ଲା- କୋରାପୁଟ

     

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା…. ତୃତୀୟ ଥର ପାଇଁ ଧର୍ମଗଡ ଜୁନାଗଡ ଯାତାୟତ ଠପ୍

Sunil Chandra Nayak

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

Sunil Chandra Nayak

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!