ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ଆଈଙ୍କ ସ୍ମୃତିରେ

ଆଜି ପରା ତୁମ ଶ୍ରାଦ୍ଧ ଦିବସ

     ତୁମ ସ୍ମୃତି ପଡୁଛି ମନ

ପୁଅ ଝିଅ ନାତି ନାତୁଣୀଙ୍କ ମେଳ

      ତୁମକୁ ଦେଇ ସ୍ନେହ ସମ୍ମାନ ll

 

ଦେବଦୂତ ସାଜି ଆସିଥିଲ ତୁମେ

     ଅଜାଡ଼ିଛ ବହୁ ସ୍ନେହ ଆଦର

ଜଗନ୍ନାଥଙ୍କ କରୁଣା ସଦା ରହୁ

     ସଦଗତି ଲଭୁ ତୁମ ଆତ୍ମାର ll

 

ସ୍ମୃତିରେ ତୁମେ ଆଜି ଡୁବି ଅଛ

    ଆମ ଜୀବନ ଅଗଣାରେ

ହେଲେ ନାହିଁ ଆଶାର ଅବସାନ

    ଏ ମନ ଆଜି ବହୁ ଝୁରେ ll

 

ଆଜି ତୁମ ଅଟେ ଶ୍ରାଦ୍ଧ ଦିବସ

   ପାଳିବୁ କରି ଶ୍ରଦ୍ଧା ତର୍ପଣ

ଝୁରୁଛି ତୁମକୁ ଏହି ଆମ ମନ

    ପିଣ୍ଡ କରମ କରିବୁ ଅର୍ପଣ ll

 

ଜୀବନ ସଂଗ୍ରାମେ ହାରି ନାହଁ ତୁମେ

    ତୁମେ ଅଟ କାଳଜୟୀ

ଆଶୀଷ ଦିଅ ଢାଳି ତୁମେ ଆଜି 

    ତୁମେ ଅଟ ଅମୃତମୟୀ ll

 

ତ୍ରିନାଥ ପଟ୍ଟନାୟକ

    ( ଅଧ୍ୟାପକ ତଥା କବି)

  ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର

 ପୋ:ଜିଲ୍ଲା- କୋରାପୁଟ

     

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

ଜୁନାଗଡରେ ଜମି ମାଫିଆ ସକ୍ରୀୟ , ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!