ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟି କୁ ପିଟିଲା ବାଇକ ଜଣେ ମୃତ

ସ୍କୁଟି କୁ ପିଟିଲା ବାଇକ ଜଣେ ମୃତ

ଆସିକା, ୧୦/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ତଥା ବଡଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଛକ ରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଆଜି ରୁଗୁମୁ ପଞ୍ଚାୟତ ର କାନଗିରିଡି ଗ୍ରାମର ଅଭିରାମ ସେଠୀ ଙ୍କ ପୁଅ ଚନ୍ଦନ ସେଠୀ (୨୨) ନିଜର ସ୍କୁଟି ରେ ମୁକ୍ତାପୁଞ୍ଜି ଗ୍ରାମରୁ ଦଣ୍ଡନାଚ ଦେଖି ଅପରାହ୍ନ ଦୁଇଟା ସମୟରେ ନିଜ ଗାଁ କାନଗିରିଡି କୁ ଏକା ଫେରୁଥିଲେ । ଏହି ସମୟରେ ରୁଗୁମୁ ପଟୁ ଆସିକା ଆଡ଼କୁ ଏକ ବାଇକ ଯୋଗେ ତିନିଜଣ ଯୁବକ ଯାଉଥିବା ବେଳେ ଜଗନ୍ନାଥପୁର ଶାସନ ଛକ ବାଙ୍କ ରେ ସେମାନେ ଚନ୍ଦନ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ । ଅସହ୍ୟ ଖରାରେ ଚନ୍ଦନ ସେଠୀ ପଡିରହିଥିବା ବେଳେ ଲୋକେ ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଚାଲିଯାଇଥିବା ବାଇକ ଆରୋହୀ ମାନଙ୍କ ପତ୍ତା ମିଳିନଥିବା ବେଳେ ବଡଗଡ ପୋଲିସ ଅନୁସନ୍ଧାନ ଜାରି ରଖିଛି।

Related posts

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରସ୍ତୁତି ବୈଠକ 

Sunil Chandra Nayak

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

Leave a Comment

error: Content is protected !!