ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

କାମାକ୍ଷାନଗର – ଓଡ଼ିଆ ପକ୍ଷ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସ୍ଥିତ କଳାଗ୍ରାମ ରାୟନୃସିଂହପୁର ଠାରେ ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏଥିରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଦିନମଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଲୋକକଳା ଆମ ସଂସ୍କୃତି ତଥା ପରମ୍ପରାର ଅଭିଛେଦ୍ୟ ଅଙ୍ଗ l ଏହାର ସୁରକ୍ଷା ତଥା ବିକାଶ ଅମର ଉତ୍ତରଦାଇତ୍ୱ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭୁକଲ୍ୟାଣ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଦୀପକ କୁମାର ମିଶ୍ର ଯୋଗଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ କଳାକାର ଓ ଅତିଥିବୃନ୍ଦ ଗ୍ରାମ ପ୍ରରିକ୍ରମା କରିଥିଲେ l ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା, ଲୋକ କଳା ନୃତ୍ୟ ପରିବେଷଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତ ଦ୍ୱୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

masiha

ବାଇକ ଓ ସ୍କୁଟି ଧକ୍କା ,୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!