ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ବୈଠକ

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ବୈଠକ 

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହରି ଭବନ ଠାରେ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ, ବଲାଙ୍ଗୀର ଜିଲ୍ଲା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକଟି କମ୍ରେଡ୍ ଗୋପାଳ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କାର୍ଯ୍ୟକାରୀ ସଦସ୍ୟମାନେ ଓ ନିର୍ମାଣ ଶ୍ରମିକ ସଂଘର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ସଭାରେ ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ୍ ବ୍ରଜବନ୍ଧୁ ପ୍ରଧାନ, ପଶ୍ଚିମାଞ୍ଚଳ ସମ୍ପାଦକ କମ୍ରେଡ୍ ଏନ୍. ଗୋପାଳ, ଜାତୀୟ ଫେଡେରେସନ କାଉନସିଲର ସଦସ୍ୟ ପାଣ୍ଡବ ଭୋଇ ଆଦି ନେତୃବର୍ଗ ନିର୍ମାଣ ଶ୍ରମିକ ସଂଗଠନର ଅଭିବୃଦ୍ଧି ଓ ଶ୍ରମିକମାନଙ୍କ ଅଧିକାର ସମ୍ବନ୍ଧରେ ସଦସ୍ୟମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ସୁଦାମ ଚରଣ ଭୋଇ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରି କହିଥିଲେ ଯେ, ନିର୍ମାଣ ଶ୍ରମିକମାନେ ଯେଉଁ ସମସ୍ତ ଅଧିକାରରୁ ବଞ୍ଚିତ ହେଉଛନ୍ତି, ସେଗୁଡିକୁ ଆନ୍ଦୋଳନ ମାଧ୍ୟମରେ କିପରି ହାସଲ କରାଯାଇପାରିବ, ସେଥିପାଇଁ ସଠିକ୍ ରଣନୀତି ତିଆରି କରିବା ଆବଶ୍ୟକ।

ସଭାରେ ସରିତା ଷଡ଼ଙ୍ଗୀ, କୋଲେଶ୍ୱରୀ ନାଗ, ଆଶା ଭୋଇ, ଅର୍ଜୁନ ଖର୍ସେଲ, ଦୁଲା ପୁଟେଲ, ଯଶୋବନ୍ତ ରଣା, ରସିକ ରଣା,ପଦ୍ମଲୋଚନ ବରିହା ଆଦି ନେତୃବର୍ଗ ମଧ୍ୟ ସଭାକୁ ଉଦ୍ବୋଧନ କରିଥିଲେ। ଶେଷରେ କମଳ ଭୋଇ, ଯିଏ କି ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ବଲାଙ୍ଗୀର ଜିଲ୍ଲା କମିଟିର କାର୍ଯ୍ୟାଳୟ ସଚିବ ଭାବେ ଦାୟିତ୍ୱ ପାଳନ କରୁଛନ୍ତି, ସେ ସମସ୍ତଙ୍କୁ ସଚେତନ କରିଥିଲେ ଯେ ଅଧିକରୁ ଅଧିକ ଶ୍ରମିକଙ୍କୁ ପଞ୍ଜୀକୃତ କରି ସରକାରୀ ସହାୟତାରୁ ବଞ୍ଚିତ ନ ହେବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି। 

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

Vedanta’s Neglect: Dongajhula Village Left in the Dark

masiha

ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତ

Sunil Chandra Nayak

ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ୱାଦିକ ସଂଘ(NASS)ର ସାଧାରଣ ବୈଠକ 

Sunil Chandra Nayak

Leave a Comment

error: Content is protected !!