ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଦିନଦୁପରେ ଘଟିଥିବା ଏକ ଆକ୍ରମଣ ଘଟଣା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ରବିବାର ପ୍ରାୟ ୧୧ଟା ସମୟରେ ଯୋଡ଼ା ମାର୍କେଟରେ ଭିଡ଼ ମଧ୍ୟରେ ଜଣେ ଯୁବକ ଉପରେ କାଠ ଫାଳିଆରେ ମାରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି।ଆହତ ଯୁବକଙ୍କ ନାମ ଅଜୟ ପାତ୍ର। ସେ ପରିବା କିଣିବା ପାଇଁ ବଜାରକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅଜୟଙ୍କ ମୁଣ୍ଡ ଓ ଆଖି ପାଖରେ ଗଭୀର ଆଘାତ ଲାଗିଥିବାରୁ ସେ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ।

ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକାଲକୁ ପଠାଇଥିଲେ, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି।

ଆହତ ଅଜୟଙ୍କ କହିବା ଅନୁସାରେ, ଗତ ଶନିବାର ଟାଟା ଖଣିରେ ଜଣେ ଶ୍ରମିକ ସହିତ ତାଙ୍କର ବଚସା ହୋଇଥିଲା। ଏହି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବାର ସନ୍ଦେହ ସେ ବ୍ୟକ୍ତ କରିଛନ୍ତି।

ଅଜୟ ବର୍ତ୍ତମାନ କମାରଯୋଡ଼ାରେ ରହି ମିସ୍ତ୍ରୀ କାମ କରୁଥିବା ବେଳେ, ତାଙ୍କ ଘର ପାଟଣା ଥାନା ଅଞ୍ଚଳର ମୂଷାପୋଡ଼ା ଗ୍ରାମରେ ଥିବା ଜଣାପଡ଼ିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନଦୁପରେ ବଜାର ଭଳି ଭିଡ଼ ଅଞ୍ଚଳରେ ଏପରି ଆକ୍ରମଣ ଘଟଣା ଯୋଡ଼ା ସହରରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଡ ଅଧିକାରୀ

masiha

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

masiha

Leave a Comment

error: Content is protected !!