ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଆସିକା, ୧୩/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ବେଶ ଆଡମ୍ବର ସହ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ଦୀକ୍ଷା ଗ୍ରହଣ,ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଘୃତ ଯଜ୍ଞ, ନାମ ଯଜ୍ଞ,ବିଗ୍ରହ ପ୍ରତିଷ୍ଠାପରେ ଅର୍ଣ୍ଣ ପ୍ରସାଦ ସେବନ ସହ ନଗର ପରିଭ୍ରମଣ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ରାଜ ଜେମା ଶାନ୍ତିପ୍ରିୟା ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିବା ବେଳେ ସତୀମଠ ମହନ୍ତ କୃପାସିନ୍ଧୁ ଦାସ ମହାରାଜ ଉପସ୍ଥିତ ରହିଥିଲେ । ପ୍ରତିଷ୍ଠା କାର୍ଯ୍ୟରେ କର୍ତ୍ତା ଭାବରେ ଲକ୍ଷ୍ମଣ ବଡତ୍ୟା ଓ ତାଙ୍କ ପତ୍ନୀ ସୁଗ୍ୟାନି ବାଡତ୍ୟା ଦାୟିତ୍ଵ ତୁଲାଇଥିବା ବେଳେ ପୁରୋହିତ ଭାବରେ ବସନ୍ତ କୁମାର ରଥ କାର୍ଯ୍ୟ ସମାପନ କରିଥିଲେ । ମୂଖ୍ୟ ସହଯୋଗୀ ଭାବରେ ତ୍ରିଲୋଚନ ସାହୁ,ପ୍ରକାଶ ସାହୁ,ପ୍ରମୋଦ କୁମାର ମହାରଣା ରହିଥିବା ବେଳେ ଜଗମୋହନ ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Related posts

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ରେ ବାହାରିଲେ ୨୪୦ ଜଣ ଭକ୍ତ ଙ୍କ ଯାତ୍ରା

masiha

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!