ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଆସିକା, ୧୩/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ବେଶ ଆଡମ୍ବର ସହ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ଦୀକ୍ଷା ଗ୍ରହଣ,ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଘୃତ ଯଜ୍ଞ, ନାମ ଯଜ୍ଞ,ବିଗ୍ରହ ପ୍ରତିଷ୍ଠାପରେ ଅର୍ଣ୍ଣ ପ୍ରସାଦ ସେବନ ସହ ନଗର ପରିଭ୍ରମଣ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ରାଜ ଜେମା ଶାନ୍ତିପ୍ରିୟା ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିବା ବେଳେ ସତୀମଠ ମହନ୍ତ କୃପାସିନ୍ଧୁ ଦାସ ମହାରାଜ ଉପସ୍ଥିତ ରହିଥିଲେ । ପ୍ରତିଷ୍ଠା କାର୍ଯ୍ୟରେ କର୍ତ୍ତା ଭାବରେ ଲକ୍ଷ୍ମଣ ବଡତ୍ୟା ଓ ତାଙ୍କ ପତ୍ନୀ ସୁଗ୍ୟାନି ବାଡତ୍ୟା ଦାୟିତ୍ଵ ତୁଲାଇଥିବା ବେଳେ ପୁରୋହିତ ଭାବରେ ବସନ୍ତ କୁମାର ରଥ କାର୍ଯ୍ୟ ସମାପନ କରିଥିଲେ । ମୂଖ୍ୟ ସହଯୋଗୀ ଭାବରେ ତ୍ରିଲୋଚନ ସାହୁ,ପ୍ରକାଶ ସାହୁ,ପ୍ରମୋଦ କୁମାର ମହାରଣା ରହିଥିବା ବେଳେ ଜଗମୋହନ ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Related posts

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସମ୍ଭୁନଗର ପଡାରେ ଥିବା ଶ୍ମଶାନର ଆଲୋକୀକରଣ ବ୍ଯବସ୍ଥା କରିବା ପାଇଁ ଦାବି

Sunil Chandra Nayak

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ  କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!