ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ନିରାପତ୍ତା କୌଶଳ ସଚେତନତା କାର୍ଯ୍ୟକ୍ରମ 

ଅଗ୍ନି ନିରାପତ୍ତା କୌଶଳ ସଚେତନତା କାର୍ଯ୍ୟକ୍ରମ 

ଆସିକା, ୧୪/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା କୌଶଳ ସଚେତନତା ସପ୍ତାହ ପାଳନ ଅବସରରେ ମୁଣ୍ଡ ମରାଇ ବସଷ୍ଟାଣ୍ଡ ,ତାଳ ପାଟଣା ଛକ, ମୁକ୍ତେଶ୍ଵର ଫିଲିଙ୍ଗ ଷ୍ଟେସନ ଛକ, ଜାନବିଲି ମିଲଛକ,ପୋଲିସ ଷ୍ଟେସନ, ଜଗନ୍ନାଥ ମନ୍ଦିର ଛକ ଓ ବ୍ଲକ ଅଫିସ ଛକ ରେ ବାତ୍ୟା ସମୟରେ ଗଛ ମୂଳରେ ନରହିବା,ବଜ୍ରପାତ ସମୟରେ ମୋବାଇଲ ଟାୱାର ନିକଟରେ ନରହିବା,ବାତ୍ୟା ଓ ମାତ୍ରାଧିକ ପବନ ବହିବା ସମୟରେ ବିପଦ ସଙ୍କୁଳ ଘର, କାନ୍ଥ ନିକଟରୁ ଦୂରରେ ରହିବା,ଗ୍ୟାସ ଚୁଲାରେ ରୋଷେଇ ସମୟରେ ସତର୍କତା ଅବଲମ୍ବନ କରିବା,ରାସ୍ତାରେ ଗାଡ଼ି ମଟର ଚଳାଇ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଆଜି ଅଗ୍ନୀଶମ ବାହିନୀ ତରଫରୁ ଲୋକଙ୍କୁ ବିଭିନ୍ନ ସଚେତନା କରାଯାଇଥିଲା । ଅଗ୍ନୀଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ହାବିଲଦାର ସନତ ପ୍ରଧାନ, ଆଗ୍ନିକ କଳିଙ୍ଗ ତରାଇ, ସାଜନ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ପବିତ୍ର ବେହେରା,ଚନ୍ଦନ ପରିଡ଼ା ଓ ଆଶୁତୋଷ ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ଧରି ଚାଲିବ ।

Related posts

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ରାଇରଙ୍ଗପୁର ଆଦର୍ଶ ସ୍କୁଲରେ ୨ ଛାତ୍ର ଭୂବନେଶ୍ବର ଆଇକନିକ ଆଦର୍ଶ ସ୍କୁଲରେ ପଢିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି

Sunil Chandra Nayak

ହାତୀଗାଁ ରୁ କମକାଧଡ଼ଗି ରାସ୍ତା ଅତି ଶୋଚନୀୟ

Sunil Chandra Nayak

Leave a Comment

error: Content is protected !!