ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

ରାଉରକେଲା : ଇସ୍ପାତ ନଗରୀ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ସ୍ଥାନରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ମହାବିଷୁବ ସଂକ୍ରାନ୍ତି ବ୍ୟବହାରିକ ପରିବେଶ କୁ ଉଦ୍ଧାର କରେ। ଜଳ ପରିଚାଳନା,ଗଛ ଛାଇ ଏବଂ ସାମୁହିକ ଜଳୀୟ ବିଶ୍ରାମ ବିନ୍ଦୁ ଆଧ୍ୟାତ୍ମିକ ଆକାଂକ୍ଷା କୁ ମାପଯୋଗ୍ୟ ସାର୍ବଜନୀନ ମଙ୍ଗଳରେ ପରିଣତ କରେ। ଏହି ଦିନ ଦାନ ଧର୍ମ ସହିତ ସମନ୍ୱିତ ଯତ୍ନର ସଂସ୍କୃତିରେ ଭରି ରହିଥାଏ। ବସନ୍ତର ଶେଷ ଓ ବୈଶାଖ ଆରମ୍ଭ କୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଓଡ଼ିଶାରେ ହନୁମାନ ଜୟନ୍ତୀ ସାଧାରଣତଃ ମହାବିଷୁବ ସଂକ୍ରାନ୍ତିରେ ପାଳନ କରାଯାଏ। କେବଳ ଓଡ଼ିଶା କାହିକିଁ,କେରଳ, ତାମିଲନାଡୁ, ପଞ୍ଜାବ, ଆସାମ, ବାଂଲାଦେଶ ମଧ୍ୟ ଏହି ଦିନକୁ ପାଳନ କରିଥାନ୍ତି। ଦାନ ଧର୍ମର ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପଣା ବଣ୍ଟନ ସହ ପୂଜା ପାଠ କରାଯାଇଥାଏ।

 ରାଉରକେଲା ଗୃହରକ୍ଷୀ ସଂଘ

ରାଉରକେଲା ଗୃହରକ୍ଷୀ ସଂଘ ପକ୍ଷରୁ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଆମ୍ବାଗାନ ଛକ ନିକଟରେ ପଣା ବଣ୍ଟନ କରାଯାଇଥିଲା। ଏଥିରେ ଆର ଆଇ ବିଶ୍ବଜିତ ତାରିଣୀ ମୁଖ୍ୟ ଅତିଥି ଭାବେ ଯୋଗ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବାବୁଲି ସାହୁ, ସୁଶାନ୍ତ ପଣ୍ଡା, ସରୋଜ ଯାଦବ,ବୀର ବାହାଦୁର, ରବିନାରାୟଣ ପ୍ରଧାନ,ଏସକେ ଆବାସ,ବିରସି ଓରାମ,ସୀତ ସେଠୀ, ଶକୁନ୍ତଳା ନାୟକ, ଏସନସିଆ ଜୋଜୋ, ଗଣେଶ ସିଂହ, ନାରାୟଣ ଡାକୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

 ଇସ୍ପାତ ମାର୍କେଟ ଯୁବ ବ୍ୟବସାୟୀ ସଂଘ

ସେକ୍ଟର ୧୯ ଇସ୍ପାତ ମାର୍କେଟ ଯୁବ ବ୍ୟବସାୟୀ ସଂଘ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରାକ୍ତନ ସଭାପତି ଶଙ୍କର ଜେନା, ଭଗବାନ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁରଲୀଧର ମିଶ୍ର,ଅଶୋକ ଦାସ,ପୁରେନ୍ଦ୍ର ମଲ୍ଲିକ, ଉମେଶ ବାରିକ, ରମେଶ ପାତ୍ର, ସୁରେନ୍ଦ୍ର ପାଢ଼ୀ,ଆଲୋକ ପ୍ରଧାନ, ଅକ୍ଷୟ ବେହେରା, ସୁଶାନ୍ତ ପାଲ, ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

 ନାୟିକା ରାଉରକେଲା

ସାମାଜିକ, ସାଂସ୍କୃତିକ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ଆମ୍ବାଗାନ ନିକଟସ୍ଥ ଅଟୋ ଷ୍ଟାଣ୍ଡ ଠାରେ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶିକ୍ଷାବିତ ଶର୍ମିଷ୍ଠା କବିଶତପଥୀ ଯୋଗଦେଇ ମହାବିଷୁବ ସଂକ୍ରାନ୍ତି ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା କନକଲତା ଦାସଙ୍କ ଆବାହକତ୍ୱରେ ଡଲିରାଣୀ ବ୍ରହ୍ମା, କଲ୍ୟାଣୀ ଦାସ, ଅରୁନ୍ଧତୀ, ନମିତା, ଛସନ୍ଧ୍ୟା, ଶାନ୍ତିଲତା, ରୁନୁ, ସୁକାନ୍ତି,ସୋମା, ଜୟନ୍ତୀ, ରାଜଶ୍ରୀ, ରଶ୍ମି ଙ୍କ ସମେତ ବହୁ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

 କଳିଙ୍ଗ କଳା ପରିଷଦ

ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦ ତରଫରୁ ଆମ୍ବାଗାନ ଛକ ନିକଟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁଭ୍ରାସ୍ବାତୀ ରାଉତରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପି କେ ସାହୁ ,ପ୍ରମିଳା ଜେନା, ସସ୍ମିତା ମହାପାତ୍ର,ଦେବଲିନା କୁଣ୍ଡୁ, ଉମାକାନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

    ସେହିପରି ଏକତା ଗୃପ ର ମୁଖ୍ୟ ବସୁମତୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ, ସୁହୃଦ ଅନୁଷ୍ଠାନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହୁମାଛି ଆକ୍ରମଣ ରେ ପକ୍ଷାଘାତ ରୋଗୀ ଗୁରୁତର

Sunil Chandra Nayak

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

ଝରିଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!