ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ନୂତନ ବିଜେଡି କର୍ମକର୍ତ୍ତା ଚୟନ 

ବନ୍ଧୁଗାଁ ବ୍ଲକରେ ନୂତନ ବିଜେଡି କର୍ମକର୍ତ୍ତା ଚୟନ 

ବନ୍ଧୁଗାଁ ତା, ୧୫/୪/୨୬, ଆଗାମୀ ୨୦୨୭ ରେ ହେବାକୁ ଥିବା ପଞ୍ଚାୟତ ସ୍ତରିୟ ନିର୍ବାଚନ କୁ ଆଖିରେ ରଖି ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ଅନୁଯାଇ ସମସ୍ତ ଜିଲ୍ଲା ଓ ବ୍ଲକ ଓ ପଞ୍ଚାୟତ ଠାରୁ ଆରମ୍ଭ କରି ଦଳର ନୂତନ କର୍ମୀ ଚୟନ କରି ଜିଲ୍ଲାରେ ଦାଖଲ କରିବା ପାଇଁ ନିର୍ଦ୍ଧେଶ ଦେଇଥିବା ଯୋଗୁଁ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗଙ୍କ ତତ୍ୱାବଧନ ରେ ଆଜି ବନ୍ଧୁଗାଁ ବ୍ଲକର ଜଗ୍ନନାଥ ମନ୍ଦିର ପ୍ରାଙ୍ଗଣ ଠାରେ ବିଜେଡି ଦଳ ତରଫରୁ ଏକ ସଭା ଆୟୋଜନ ହୋଇଥିଲା I ଏଥିରେ ମୁଖ୍ୟ ବକ୍ତା ଭାବରେ ବ୍ଲକ ବିଜେଡି ସଭାପତି ଦୁର୍ଷ ନାଗ ଓ ସନ୍ନମାନୀୟ ଅତିଥି ଭାବରେ ପୂର୍ବତନ ସଭାପତି ବାଲା ନାଗ ଓ ଭି. ଗଣପତି ଓ ବ୍ଲକର କିଛି ପଞ୍ଚାୟତର କିଛି ବିଜେଡି ପ୍ରେମୀ ଉପସ୍ଥିତ ହୋଇଥିଲେ I ଏଥିରେ ଥିଲେ ବ୍ଲକର ୧୩ ଗୋଟି ପଞ୍ଚାୟତ ର କିଛି ସଭାପତି ଓ ଅନ୍ୟାନ୍ୟ ଙ୍କ ଉପସ୍ଥିତରେ ବ୍ଲକର ଦୁଇଟି ଜୋନ ପାଇଁ ଜୋନ ୧. ବିଷୋମ୍ବର ବିଡ଼ିକା, ଜୋନ ୨. ଶ୍ୟାମସୁନ୍ଦର ସାରଥୀ ଓ ମୁକୁନ୍ଦ ଵେବରା ୩ ଜଣ ଉପ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ବ୍ଲକ ସମ୍ଫାଦକ ଭାବରେ ଉତ୍ତମ ନାୟକ, ଜଇଣ୍ଟ ସମ୍ଫାଦକ ଭାବରେ ଆଲମଣ୍ଡା ଅଞ୍ଚଳରୁ ଏଙ୍କାଟି ସାହୁକାର, ବନ୍ଧୁଗାଁ ଅଞ୍ଚଳ ପାଇଁ ମିନା ବେବରା, ସରପଲି ଅଞ୍ଚଳ ପାଇଁ ରାଜେଶ ପିଡ଼ିକା, କୁମ୍ଭାରି ପୁଟ ଅଞ୍ଚଳ ପାଇଁ ଲିଙ୍ଗରାଜ ପାତ୍ର ଓ ଜାଗୁଡା ଅଞ୍ଚଳ ପାଇଁ ରାଜୁ କାଳ୍ପା ମନୋନୀତ ହୋଇଥିବା ବେଳେ କୋଷାଧକ୍ଷ ଭାବରେ ମନଜ କୁମାର ନାଇକ (ମିଟୁ ଭାଇ )ହୋଇଛନ୍ତି I ଏଥିସହ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ପାଇଁ ପ୍ରତ୍ୟକ ପଞ୍ଚାୟତରୁ ୨୦ ଜଣ ମେମ୍ବର ମାନଙ୍କୁ ମଧ୍ୟ ନୂତନ ଭାବରେ ମନୋନୀତ ହୋଇଛନ୍ତି I ଏଥିରେ ଆଜି ବ୍ଲକ ବିଜେଡି ଦଳ ପାଇଁ ଯେତେ ନୂତନ ପଦାଧିକାରୀ ମାନଙ୍କୁ ନୂତନ ଭାବରେ ଚୟନ ହୋଇଥିବାରୁ ଆଜିର ଏହି ଚୟନ ବୈଠକରେ ଉପସ୍ଥିତ ରହି ଚୟନ କରିଥିବା ବିଜେଡି ପ୍ରେମୀ ମାନେ ଶୁଭେଚ୍ଛା ଓ ସ୍ୱାଗତ ସହ ଧନ୍ୟବାଦ ଜଣାଇଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମନୋଜ ଅଗ୍ରୱାଲ ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ମନୋନୀତ 

masiha

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

masiha

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

masiha

Leave a Comment

error: Content is protected !!