ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଶୋକ ତ୍ରିପାଠୀଙ୍କୁ ପୁନର୍ବାର ସାକ୍ଷାତ କଲା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ(ଏସ୍ଏନ୍ଏଲ୍ଇଏ)

ଅଶୋକ ତ୍ରିପାଠୀଙ୍କୁ ପୁନର୍ବାର ସାକ୍ଷାତ କଲା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ(ଏସ୍ଏନ୍ଏଲ୍ଇଏ)

ଭୁବନେଶ୍ବର:ତା-୧୭/୦୪/୨୦୨୬ରିଖ ଶୁକ୍ରବାର ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (ଏସ୍ଏନ୍ଏଲ୍ଇଏ) ଭୁବନେଶ୍ୱର ସତ୍ୟନଗର ସ୍ଥିତ ତୋଷାଳୀ ଭବନରେ ଉଚ୍ଚସ୍ତରୀୟ କମିଟିର ମାନନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀଙ୍କୁ “ଆମ କଲେଜ ଆମ ଗୌରବ” ସମ୍ମିଳନୀ କକ୍ଷରେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (SNLEA)ର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ରାଉତ ଙ୍କ ସହିତ ସଂଘର ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି।ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୦୧/୦୬/୨୦୦୮ ରୁ ୩୦/୧୧/୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ ରେ ବିଲମ୍ଭ ତଥା ବିଭିନ୍ନ ସମୟରେ ବାରମ୍ଵାର ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚ ସ୍ତରୀୟ କମିଟି ଦ୍ବାରା କୌଣସି ସମାଧାନର ବାଟ ନ ବାହାରିବା ବା ଅନୁଦାନ ନିମିତ୍ତ ନୀତିଗତ ନିଷ୍ପତ୍ତି ନେବାର ବିଭିନ୍ନ କମିଟିର ଅକ୍ଷମତା ଯୋଗୁଁ ସଂଘ ଉଦବେଗ ପ୍ରକାଶ କରିଛି । ରାଜ୍ୟର ବିଭିନ୍ନ ଅନୁଦାନ ଓ ୭୧ ଟି ଅଣଅନୁଦାନ କଲେଜକୁ ସରକାର ବର୍ତ୍ତମାନ ଅନୁଦାନ ପ୍ରଦାନ ନିମନ୍ତେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସମସ୍ତେ କିପରି ଏହି ଅନୁଦାନ ନୀତିରେ ଉପକୃତ ହେବେ ଏ ନେଇ ସଂଘର ପ୍ରତିନିଧି ମଣ୍ଡଳୀ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ କଲେଜରେ ଠ୧/0୬/୨୦୦୮ ରୁ ୩୦/୧୧/୨୦୧୮ ମଧ୍ୟରେ ଖୋଲିଥିବା କଲେଜ, ଷ୍ଟ୍ରିମ୍, ସବଜେକ୍ଟ ଏବଂ ଉକ୍ତ ସମୟ ମଧ୍ଯରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ,ଡେମନଷ୍ଟ୍ରେଟର,ଡାଟା ଏଣ୍ଟ୍ରି ଅପରେଟର, ପ୍ରହରୀ, ଲାବୋରୋଟାରୀ ଆଟେଣ୍ଡଆଣ୍ଟ, ଲେଡି ଆଟେଣ୍ଡଆଣ୍ଟ, କ୍ଲର୍କ, ଲାଇବ୍ରେରୀଆନ, ଆସିଷ୍ଟାଣ୍ଟ ଲାଇବ୍ରେରୀଆନ, ଲାବୋରୋଟାରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋରକିପର ଏବଂ ପିଅନ ସମସ୍ତଙ୍କୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ମାନନୀୟ ଅଧ୍ୟକ୍ଷଙ୍କୁ ପୁନର୍ବାର ଅନୁରୋଧ କରାଯାଇଛି । ରାଜ୍ୟର ସୈଖିକ ବାତାବରଣକୁ ଦୃଷ୍ଟିରେ ରଖ୍ ଖୁବ ଶୀଘ୍ର 0୧/୦୬/୨୦୦୮ରୁ ୩୦/୧୧/୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ପାଇଁ ପତ୍ର ପ୍ରକାଶ କରି ନୂତନ ଅନୁଦାନ ନୀତିରେ ପୂର୍ବ ଅନୁଦାନ ନୀତିରେ ଥିବା ତ୍ରୁଟିକୁ ସଂଶୋଧନ କରି ରାଜ୍ୟର 9487 ଜଣ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିକୁ ପୂରଣ କରିବା କୁ ଅନୁରୋଧ କରିଥିଲା ସଂଘ।ଉକ୍ତ ସାକ୍ଷାତ ରେ ଉପସଭାପତି ଲୋପାମୁଦ୍ରା ସରଙ୍ଗୀ ଉପସ୍ଥିତ ଥିଲେ।

Related posts

ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ୱାଦିକ ସଂଘ(NASS)ର ସାଧାରଣ ବୈଠକ 

Sunil Chandra Nayak

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ବ

Sunil Chandra Nayak

ଜିଲ୍ଲାପାଳଙ୍କ ୫-ଟି ବିଦ୍ୟାଳୟ କାର୍ଯ୍ୟ ଅନୁଧ୍ୟାନ

Sunil Chandra Nayak

Leave a Comment

error: Content is protected !!