ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

କନ୍ଧମାଳ, ତା, ୧୭/୦୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ,ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କୁ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ଉପସ୍ଥିତ ରହି ” କିଛି ଛାତ୍ର ଛାତ୍ରୀ ଙ୍କ ସ୍ମୃତି ଆମ ବିଭାଗରେ ସ୍ମୃତି ହୋଇ ରହିଯାଇଛି ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଅଧ୍ୟାପକ ବନମାଳୀ ବେହେରା, ଅମୂଲ୍ୟ କୁମାର ସାବତ, ସନ୍ତୋଷ କୁମାର ରଥ ବିଭାଗର ଅଧ୍ୟାପକ ଅଭୟ ପ୍ରଧାନ, ରାହୁଳ ଦିଗାଲ, ଅଧ୍ୟାପିକା ଶ୍ରାବଣୀ ପ୍ରଧାନ, ସନ୍ଧ୍ୟାରାଣୀ କହଁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅଧ୍ୟାପକ ରତନ ଦିଗାଲ, ଆକାଶ ଶତପଥୀ, ଭଞ୍ଜ କିଶୋର ସାହୁ, ମନୋଜ ମହାରଣା,ରିଲୁ ପ୍ରଧାନ, ରବିନାରାୟଣ ପାଣିଗ୍ରାହୀ, ସୌରଭ ତ୍ରିପାଠୀ, ଅଧ୍ୟାପିକା ସଂଘମିତ୍ରା ଦାସ, ଅଙ୍କିତା ପ୍ରିୟ ଦର୍ଶିନୀ, ମୀରାମ୍ବିକା, ରଶ୍ମିତା ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନେ ବିତେଇଥିବା ଦୁଇ, ତିନି ବର୍ଷର ସ୍ମୃତିକୁ ସମସ୍ତ ଙ୍କ ଆଗରେ ଉପସ୍ଥାପନ କରିଥିଲେ l ପିଜି ଛାତ୍ର ଚନ୍ଦନ ଦିଗାଲ, ଶୁଚିସ୍ମିତା ପାଣିଗ୍ରାହୀ, ଜୋତିମା କହଁର, ସୋହାନି ପ୍ରଧାନ, ଜସ୍ମିନୀ ପ୍ରଧାନ,ସୁଧୀର ହୋତା, ସୁଲଭ ପ୍ରଧାନ, ଧନଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଛାତ୍ର ଶ୍ରୀରାମ ପ୍ରଧାନ ମଞ୍ଚ ସଂଚାଳନ କରିଥିବା ବେଳେ ଛାତ୍ର ସିଦ୍ଧାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

Sunil Chandra Nayak

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!