ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୩ ବାଲି ବୋଝେଇ ହାଇୱା ଜବତ  , ୯୮ ହଜାର ଜରିମାନା ଆଦାୟ 

୩ ବାଲି ବୋଝେଇ ହାଇୱା ଜବତ  , ୯୮ ହଜାର ଜରିମାନା ଆଦାୟ 

ହିଞ୍ଜିଳିକାଟୁ,ତା ୧୯/୦୪ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ବେଆଇନ ବାଲି ,ମାଟି ଓ ମୋରମ ଲୁଟିବାରେ ମାତିଛନ୍ତି ଲୁଟେରା ମାଫିଆ । ହିଞ୍ଜିଳିକାଟୁ ଓ ଆସ୍କା ଅଞ୍ଚଳ ଦେଇ ପ୍ରଭାବିତ ଘୋଡ଼ାହାଡ ଓ ଋଷିକୁଲ୍ୟା ନଦୀରୁ ପ୍ରତିଦିନ ବାଲି ଚୋରାଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ବାଲିମାଫିଆ ମାନେ ପ୍ରଶାସନ କୁ ଖୋଲା ଚାଲେଞ୍ଜ କରି ଶହ ଶହ ହାଇୱା,ଟିପ୍ପର, ଟ୍ରକ୍ ଓ ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ କରୁଥିବା ନିତିଦିନ ଘଟଣା ସାମ୍ନାକୁ ଆସୁଛି । ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲେ ମଧ୍ୟ ବାଲି ମାଫିଆ ମାନେ ଚୋରା ବାଟ ଦେଇ ବାଲି ଚୋରାଚାଲାଣ କରୁଛନ୍ତି । ଶନିବାରଦିନ ସକାଳୁ ତହସିଲ ପ୍ରଶାସନର ପେଟ୍ରୋଲିଂ କରୁଥିବା ସମୟରେ ବୁରୁପୋଡ଼ା ଛକରୁ ହାଇୱା (ନଂ ଓଡ଼ି୩୨ ଏଚ୍ଚ ୦୬୬୫) ଏବଂ(ଓଡି ୦୭ ବିସି ୩୬୩୬)(ଓଡ଼ି0୭ଏଏଚ୬୨୩୧)୩ ଟି ବାଲି ବୋଝେଇ ହାଇୱାକୁ ସନ୍ଧେହ କରି ଅଟକାଇଥିଲେ ତହସିଲଦାର । ବିନା ଟ୍ରାଞ୍ଜିଟ ପାସ୍ ଯୋଗେ ବାଲି ଚାଲାଣ ହେଉଥିବାରୁ ତହସିଲଦାର ସଂପୃକ୍ତ ୩ ବାଲି ବୋଝେଇ ହାଇୱାକୁ ଜବତ କରିବା ସହ ଦୁଇଟି ଗାଡ଼ିରୁ ୯୮ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଅନ୍ୟଏକ ଗାଡ଼ିଟି ତହସିଲ ଅଫିସରେ ଥିବା ସୂଚନା ରହିଛି । ଚଢ଼ାଉରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର ସମେତ ରାଜସ୍ୱ ନିରୀକ୍ଷକ ଭାବନ୍ଧ ନୀଳମଣି ମହାନ୍ତି,ନନ୍ଦିକ ସଞ୍ଜୟ ବିଷୋୟୀ,ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ହିଞ୍ଜିଳିକାଟୁ ତହସିଲଦାରଙ୍କ ଦ୍ଵାରା ଚଢାଉ କରାଯାଇ ଅନେକ ହାଇୱା, ଟିପ୍ପର ଜବତ କରାଯିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ତେବେ ବାରମ୍ୱାର ଲଘୁ ଖଣିଜ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ବେଳେ ଆଗାମୀ ଦିନରେ ଏଭଳି ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ ଜାରି ରହିବା ସହ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର ମତ ପ୍ରକାଶ କରିଛନ୍ତି ।

Related posts

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

Sunil Chandra Nayak

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

Sunil Chandra Nayak

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

masiha

Leave a Comment

error: Content is protected !!