ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୦ବର୍ଷ ପରେ ଏକାଠି ହେଲେ ୧୯୭୫ମ୍ୟାଟ୍ରିକ ବ୍ୟାଚ,ପାଳିଲେ ଗୋଲଡେନ ଜୁବୁଲି

୫୦ବର୍ଷ ପରେ ଏକାଠି ହେଲେ ୧୯୭୫ମ୍ୟାଟ୍ରିକ ବ୍ୟାଚ,ପାଳିଲେ ଗୋଲଡେନ ଜୁବୁଲି

ଆସିକା, ୧୯/୪/୨୬(ଶିବ ଶଙ୍କର ମିଶ୍ର ) ୧୯୭୫ମସିହା ମ୍ୟାଟ୍ରିକ ବ୍ୟାଚ ହରିହର ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚର ୫୦ ବର୍ଷ ପୂରଣ ଅବସରରେ ଗୋଲଡେନ ଜୁବୁଲି ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହରିହର ହାଇସ୍କୁଲ ଆସିକାର ପୂର୍ବତନ ଶିକ୍ଷକ ଗଣେଷର ରଥ ଓ ଯୁଧିଷ୍ଠିର ଦୋରା ଯୋଗଦେଇ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିଥିଲେ। ଉପସ୍ଥିତ ସମସ୍ତ ୧୯୭୫ ବ୍ୟାଚମେଟ ଛାତ୍ରଛାତ୍ରୀ ତତ୍କାଳୀନ ସମୟର ସ୍ମୃତିକୁ ରୋମନ୍ଥନ କରିଥିଲେ। ହରିହର ହାଇସ୍କୁଲ ସେହି ସମୟର ସବୁଠାରୁ ବଡ଼ ସ୍କୁଲ ହୋଇଥିବା ବେଳେ ବହୁ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ଏଠାରେ ପଢୁଥିଲେ। ଏହି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ନେଇ ବେଶ ଖୁସି ଅନୁଭବ କରିଥିଲେ ସମସ୍ତ ବ୍ୟାଚମେଟ। ଜିଲ୍ଲା ସ୍ତରରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା ଏହି ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗର୍ବିତ ବୋଲି କହିଥିଲେ ଅବସର ପ୍ରାପ୍ତ ଶିକ୍ଷକ ଗଣେଷର ରଥ। ଆସିକାର ଐତିହ୍ୟକୁ ବହନ କରିଥିବା ଏହି ସ୍କୁଲ ଅନେକ ସଫଳ ଛାତ୍ରଛାତ୍ରୀ ସୃଷ୍ଟି କରିଥିବା ବେଳେ ତୁମ ମାନଙ୍କ ଭଳି ଦକ୍ଷ ବ୍ୟକ୍ତିତ୍ବ ମାନଙ୍କୁ ତିଆରି କରିଥିବାରୁ ମୁଁ ଆଜି ଗର୍ବିତ ବୋଲି କହିଥିଲେ ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଦୋରା।କାର୍ଯ୍ୟକ୍ରମକୁ ଖୁବ ଚମତ୍କାର ଭାବେ ସଂଯୋଜନା କରିଥିଲେ ବିଶିଷ୍ଟ ଅନ୍ତର୍ଜାତୀୟ ଉଦଘୋଷକ ତଥା ଏହି ବ୍ୟାଚର ସଫଳ ଛାତ୍ର ହୃଷିକେଶ ପାଣିଗ୍ରାହୀ।ଉପସ୍ଥିତ ସମସ୍ତ ବ୍ୟାଚମେଟ ପରସ୍ପର ଭିତରେ ସୁଖଦୁଃଖ ବାଣ୍ଟିଥିଲେ।

Related posts

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

Sunil Chandra Nayak

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଚାଲିଥିବା କାମ ନିମ୍ନମାନର ହେଉଥିବା ଅଭିଯୋଗ 

Sunil Chandra Nayak

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

Sunil Chandra Nayak

Leave a Comment

error: Content is protected !!