ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

ରାଇରଙ୍ଗପୁର – ୨୦/୦୪ ଆଜି ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଓଡ଼ିଆଙ୍କର ଏକ ପ୍ରସିଦ୍ଧ ପର୍ବ ।ମାହେନ୍ଦ୍ର ଵନ ଯୋଗିନୀ ଅନୁଯାୟୀ ଏହି ଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ ।ଏହି ରିତିନୀତି ଅନୁସାରେ ଆଜି ସକାଳୁ ରାଇରଙ୍ଗପୁର‌ ପ୍ରଷିଦ୍ଧ ଜଗନ୍ନାଥ ମନ୍ଦିରରେ‌ ମୁଖ୍ୟ ପୂଜକ ଦେବବ୍ରତ ରଥମହାପାତ୍ରଙ୍କ ସ୍ତ୍ରୋତ୍ରୀୟ ମନ୍ତ୍ର ଦ୍ଵାରା ପୂଜାର୍ଚନା ପରେ ମନ୍ଦିରର ସମ୍ମୁଖ ଖଳାରେ ରଥକାଠ ପୂଜାର୍ଚ୍ଚନା କରିଥିଲେ । ମହାରଣା ମଧୁ ନାଏକଙ୍କ ଦ୍ଵାରା ଶାଢ଼ୀ ବନ୍ଧା ନୀତି ହୋଇଥିଲା ।ସମସ୍ତ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା କରା ଯାଇଥିଲା ।ଭିକି ଶର୍ମା ମନ୍ଦିର ଚୂଳରେ ନୂତନ ପତକା ଲଗାଇଥିଲେ । ହୋମଯଜ୍ଞ,ହୁଳହୁଳି,ଘଣ୍ଟା ,ଜୟ ଜଗନ୍ନାଥ ଧାରାରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ବେଢ଼ା । ପରେ ମହାରଣା କୁରାଢ଼ିରେ ଅଖ ଛେଦନ କରି ରଥ ନିର୍ମାଣର ଶୁଭାରମ୍ଭ କରିଥିଲେ ।ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଓ ଏହି ରଥଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।ଏହି ଭବ୍ୟ ପୂଜା କାର୍ଯ୍ୟକ୍ରମରେ ଡାହୁକ କୃଷ୍ନ ବିହାରୀ ମହାନ୍ତି ଏବଂ ତାଙ୍କ ସହଯୋଗୀ ପୁତ୍ର ଅଭିଷେକ ମହାନ୍ତି, ମନ୍ଦିର ପରିଚାଳନା କମିଟି ସଦସ୍ୟ ନିରଜ ପଣ୍ଡା, ସାଂସଦ ପ୍ରତିନିଧି ମନୋଜ ଦାସ, ଆଲୋକ ଅଗ୍ରଓ୍ବାଲା, ବୁଦେଶ୍ବର ମହାନ୍ତ,ଗତିକୃଷ୍ନ ମହାନ୍ତ,ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ସାମ୍ବାଦିକ ତୁଷାରକାନ୍ତି ମହାନ୍ତ,ବିଦେଶୀ ପଟନାୟକ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜିଲ୍ଲା ଆଦିବସୀ କଲ୍ୟାଣ ସଙ୍ଘ ପାଟଣାଗଡ ଶାଖା ପକ୍ଷରୁ ଆଟ ଅଫ୍ ଗିଭିଙ୍ଗ ପାଇଁ ପ୍ରସ୍ତୁତି ବୈଠକ   

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

masiha

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!