ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ମିଳିତ ଭାବରେ ୩୫ ଟି ଅଭିଯୋଗ ଶୁଣାଣି 

ବନ୍ଧୁଗାଁରେ ମିଳିତ ଭାବରେ ୩୫ ଟି ଅଭିଯୋଗ ଶୁଣାଣି 

ବନ୍ଧୁଗାଁ ତା ୨୦/୪/୨୬,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ତତ୍ୱାବଧାନରେ ଆଜି ବନ୍ଧୁଗାଁ ବ୍ଲକରେ ୩୫ ଗୋଟି ମିଳିତ ଅଭିଯୋଗର ଶୁଣାଣି ହୋଇଛି I ଉକ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲାର ଜିଲ୍ଲା ମୁଖ୍ୟ ଗ୍ରାମୀଣ ବିକାଶ ଅଧିକାରୀ ଶ୍ରୀ ବେଣୁଧର ଶବର,ଓ ଉପଜିଲ୍ଲା ଅଧିକାରୀ ପ୍ରମଳାଲ ହିଆଲ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶିବରାମ ଶରୁପ, ମୁଖ୍ୟ ଜିଲ୍ଲା ଜଙ୍ଗଲ ଅଧିକାର, ଭାସ୍କର ରାଓ, ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହିଥିଲେ। ଆଜିର ଅଭିଯୋଗ ଶୁଣାଣୀରେ ସର୍ବମୋଟ ୩୫ଟି ଅଭିଯୋଗ ଆସିଥିଲା ସେଥିରୁ ୧୨ଗୋଟି ବ୍ୟକ୍ତିଗତ ଓ ୨୩ଗୋଟି ସାମୁହିକ ଅଭିଯୋଗ ର ଶୁଣାଣି ହୋଇଛି । ଯାହା ଯାହା ଅଭିଯୋଗ ଆସିଥିଲା ସେ ସବୁର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପସ୍ଥିତ ଅଭିଯୋଗ କାରିଙ୍କୁ ଶାନ୍ତ୍ବନା ଦେଇ କହିଛନ୍ତି ଯେ ଆପଣଙ୍କର ଯାହା ଅଭିଯୋଗ ହୋଇଛି ତାହା ଫୋଳପ୍ରଦ ହେବାପାଇଁ ଏବଂ ବନ୍ଧୁଗାଁ ବ୍ଲକରେ କଣ କଣ କାର୍ଯ୍ୟ ଗୁଡିକ ଚାଲିଛି ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ ଓ ଉପସ୍ଥିତ ଜିଲ୍ଲା ଅଧିକାରୀ ଦେଖିଥିଲେ। ଏବଂ ଆଗକୁ ଯେମିତି ସମସ୍ତ ବିଭାଗର କାର୍ଯ୍ୟ ଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ତା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ଏବଂ ବନ୍ଧୁଗାଁ ବ୍ଲକରେ ଯେଉଁ ଯେଉଁ ରାସ୍ତାକାର୍ଯ୍ୟ ଗୁଡ଼ିକ ଏନବିସିସି କରିଛନ୍ତି ସେ ବିଷୟରେ କେନ୍ଦ୍ର ବୈଠକ ରେ ଉପସ୍ଥିତ ରଖିବେ ବୋଲି କହିଛନ୍ତି I ଏବଂ ଆରଡ଼ି ଓ ପୁର୍ତ୍ତ ବିଭାଗର ରାସ୍ତା ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା କରି ଯେମିତି ଆଗକୁ ଠିକ୍ କାର୍ଯ୍ୟଗୁଡିକ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ କହିଛନ୍ତି । ଏଥିସହ ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ବନ୍ଧୁଗାଁ ବ୍ଲକର ରାମ ମେଲେକାଙ୍କ ଝିଅ ତନ୍ମୟି ମେଲେକା ୯୫ % ହାରରେ କୃତକାର୍ଯ୍ୟ ହୋଇଥିବା ହେତୁ କୋରାପୁଟ ଜିଲ୍ଲାପାଳ ଆଜି ଅଭିଯୋଗ ଶୁଣାନୀ ହୋଇଥିବା ଅସୱାଲ ଗୃହଠାରେ ଶ୍ରୀ ମହାଯନ ଫୁସ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ସାଧୁବାଦ ଜଣେଇଥିଲେ ଇ ଆଜିର ଶୁଣାନୀରେ ଜିଲ୍ଲାର ଉପ ଜିଲ୍ଲାପାଳ ଶ୍ରୀ ପ୍ରେମଲାଲ ହିଆଲ, ସି ଡିଓ,ଶିକ୍ଷା ବିଭାଗ, ଜିଲ୍ଲା ବଣ ବିଭାଗ ଅଧିକାରୀ, ପାନୀୟ ଜଳ ବିଭାଗ, ବିଜୁଳି ବିଭାଗ, ପଞ୍ଚାୟତ ବିଭାଗ, ଏହିପରି ଜିଲ୍ଲାର ସମସ୍ତ ବିଭାଗ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ, ଶିଶୁ ବିକାଶ ଅଧିକାରୀ ସିଡିପିଓ ଶ୍ରୀମତି ଗୀତାଞ୍ଜଲି ମହାରଣା, ଏ ଇ ଶ୍ରୀ ସୌରବ ନାୟକ, ଜିପିଡିଓ ଶ୍ରୀ ଅମିର ଅକ୍ଷୟ କୁମର ପ୍ରଧାନ, ତୋହସିଲ କାର୍ଯ୍ୟାଳୟ ର ଅତିରିକ୍ତ ତହସିଲ ଦାର ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ବ୍ଲକର ସମସ୍ତ ବିଭାଗର କର୍ମଚାରି ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ଥାନା ଅଧିକାରୀ ଆଇଆଇସି ସିନ୍ଧୁ ସାରାକାଙ୍କ ସମେତ ପୁଲିସ ଷ୍ଟାପ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। 

ସଞ୍ଜିବ କୁମାର ବଙ୍ଗାରୀ ରିପୋର୍ଟର 

Related posts

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

masiha

ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାରର ୨୬ ତମ ବାର୍ଷିକ ଉତ୍ସବ

masiha

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

Sunil Chandra Nayak

Leave a Comment

error: Content is protected !!