ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମିରେ ଟାଟା ପାୱାରର ଜୁଲମ,ଚାଷଜମି ନଷ୍ଟ; ଚାଷୀ ହତାଶ

ଜମିରେ ଟାଟା ପାୱାରର ଜୁଲମ,ଚାଷଜମି ନଷ୍ଟ; ଚାଷୀ ହତାଶ

ଢେଙ୍କାନାଳ / ଓଡ଼ପଡ଼ା – ଯେଉଁ ଚାଷ ଜମିରେ ରବି ଫସଲ କରି କୃଷକଟିଏ ପନିପରିବା ଫଳାଉଥିଲା,ସମସ୍ତଙ୍କ ମୁହଁରେ ଆହାର ଯୋଗାଉ ଥିଲା ସେହି ଜମିରେ ଏବେ ଟାଟା ପାୱାର ଟାଓ୍ବାର କରିଛି। ଯାହାଫଳରେ ବିଲ ମଝିରେ ଅଣ୍ଟାଏ ଗଭୀରର ଖାଲ ହେବା ସହ ସମ୍ପୂର୍ଣ ରୂପରେ ଚାଷ ଜମି ନଷ୍ଟ ହୋଇ ଯାଇଥିବା ଘଟଣା ଦେଖିବାକୁ ମିଳିଛି। ଢେଙ୍କାନାଳ ଜିଲ୍ଲା ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମରେ । ସୂଚନା ଅନୁଯାଇ,ଟାଟା ପାଓ୍ବାରର ଅନୁଗୁଳଠାରୁ ପାରାଦ୍ଵୀପ ପର୍ଯ୍ୟନ୍ତ ୬୭୦ କିଲୋ ୱାଟର ଉଚ୍ଚ ସମ୍ପର୍ଶ ବିଦ୍ୟୁତ ପାଇଁ ହିନ୍ଦୋଳ,ଓଡାପଡା ତହସିଲ ଅଞ୍ଚଳ ଓ ଢେଙ୍କାନାଳ ଓସ୍ତପାଳ ଗ୍ରାମର ଚାଷ ଜମିରେ ଟାୱାର ନିର୍ମାଣ କରିଛି। ତେବେ ଅନେକ ଚାଷ ଜମି ମଧ୍ଯରେ ଟାଟା ପାୱାର ଟାଓ୍ବାର ନିର୍ମାଣ କରିଛି। ସେହିପରି ଘଟିପିରି ପଞ୍ଚାୟତ ଓସ୍ତପାଳରେ ବହୁ ଚାଷୀଙ୍କ ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷ ଜମିର ଗୋଟିଏ କୋଣରେ ଟାଓ୍ବାର ହେବା କଥା କହି ମିଛ ଚୁକ୍ତିନାମା କରି ଏବେ ଚାଷ ଜମି ମଝିରେ ଟାଓ୍ବାର ନିର୍ମାଣ କରୁଛି। ଫଳରେ ଚାଷ ଜମି ନଷ୍ଟ ହୋଇଛି। ୬ ଡେସିମିଲି ଜମିରେ ଟାୱାର ନିର୍ମାଣ ହେବା କହି ସମ୍ପୂର୍ଣ ଚାଷ ଜମିକୁ ନଷ୍ଟ କରିଦେଇଛି।ତୁରନ୍ତ ଟାଟା ପାଓ୍ବାର କ୍ଷତି ପୁରଣ ଯୋଗାଇଦେବାକୁ ଚାଷୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓସ୍ତପାଳ ଗ୍ରାମର ଚାଷୀ ବ୍ରହ୍ମାନନ୍ଦ ପଣ୍ଡା କୁହନ୍ତି,ଟାଟା ପାଓ୍ବାର ମୋ ଜମିରେ ଟାୱାର କରିଛି। ବର୍ଷକୁ ଦୁଇ ତିନି ଥର ମୋ ଜମିରେ ଫସଲ ହୁଏ। ଟାଟା କହିଥିଲା ଜମିରେ ଟାୱାର କଲେ ଫସଲ ବେଶୀ ନଷ୍ଟ ହେବନି । ଅଳ୍ପ ଫସଲ ନଷ୍ଟ ହେବ । କିନ୍ତୁ ଫସଲ ପୁରା ନଷ୍ଟ ହୋଇଛି। ଯେତିକି ପ୍ରାପ୍ୟ କହିଥିଲା ସେତିକି ଦେଇନାହିଁ। ଟାଟା ପାଓ୍ବାର ଚିଟିଙ୍ଗ କରିଛି। ଏ ଦିଗରେ ସରକାର ଦୃଷ୍ଟି ଦେଇ ଆମ ଚାଷୀକୁଳ କଥା ବୁଝନ୍ତୁ ଓ ଜମିର ଉଚିତ ମୂଲ୍ୟ ଆମକୁ ଦିଆଯାଉ ବୋଲି ଅଭିଯୋଗ କରିଛନ୍ତି। ଅନୁକୂଳ ପଣ୍ଡା କୁହନ୍ତି,ମୁଁ ଘରେ ନଥିବା ସମୟରେ ଟାଟା ବାଲା ଆସି ବାପାଙ୍କ ଠାରୁ ଗୋଟେ ହାତ ଲେଖା ନେଇ ଯାଇଥିଲେ। ଟାଓ୍ବାର କରି ଚାଷ ଜମି ସମ୍ପୂର୍ଣ ନଷ୍ଟ କରି ଦେଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ

Sunil Chandra Nayak

ଶାଖା ଡାକଘର କମ୍ପ୍ୟୁଟର ଦୀର୍ଘଦିନ ଧରି ଅଚଳ

masiha

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

Sunil Chandra Nayak

Leave a Comment

error: Content is protected !!