ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ ମୋ ଜଙ୍ଗଲ ଜମି ଉପରେ ଏକ ଦିବସିୟ କର୍ମଶାଳା କଲମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଡ଼.ଭବାନୀ ଶଙ୍କର ନିଆଲ ସଭାପତିତ୍ୱ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ଲିଲି ଅମାତ୍ୟା, ସମ୍ମାନିତ ଅତିଥି ଭାବେ ବନପାଳ ସବେଶ୍ଵର ଗହିର, କର୍ଲାପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, ସଞ୍ଜୀବ ଶତପଥୀ, ଟି. ସୃଷ୍ଟି ରାଓ ଏବଂ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ।ଏଥିସହିତ କୀର୍ତ୍ତନ ମାଝୀ, ଚନ୍ଦ୍ରସେନା ବାଗ,ମହେନ୍ଦ୍ର ବାଗ, ଭବାନୀ ବାଗ, କମଳ ମାଝୀ ଏବଂ ‘ଜଳ ଜଙ୍ଗଲ ଜମି କମିଟି’ କଲମର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ,ମୋ ଜଙ୍ଗଲ ଜମି ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ଯୋଜନା, ଯାହା ବନ ଅଧିକାର ଅଧିନିୟମ, ୨୦୦୬ର ପ୍ରଭାବଶାଳୀ ରୂପାୟନ ପାଇଁ ଆରମ୍ଭ କରାଯାଇଛି।ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଯୋଜନା ଜରିଆରେ ଜନଜାତି ଓ ବନବାସୀମାନଙ୍କୁ ସେମାନଙ୍କର ଜମି ଅଧିକାର ପ୍ରଦାନ କରିବା ସହ ସେମାନଙ୍କର ଜୀବିକା ଏବଂ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଯୋଜନାର ମୁଖ୍ୟ ବିଶେଷତ୍ୱଗୁଡ଼ିକ ହେଲା:ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବନ ଅଧିକାର: ଏହା ଅଧୀନରେ ଯୋଗ୍ୟ ବ୍ୟକ୍ତିବିଶେଷ (ବିଶେଷ କରି ଏକକ ମହିଳା ଓ PVTG ଗୋଷ୍ଠୀ) ଏବଂ ଗ୍ରାମଗୁଡ଼ିକୁ ଗୋଷ୍ଠୀଗତ ବନ ସମ୍ପଦ ଉପରେ ଅଧିକାର ପ୍ରଦାନ କରାଯାଏ।ଜଙ୍ଗଲ ଅଧିକାର ସେଲ୍ ଯୋଜନାର ସଫଳ ରୂପାୟନ ଓ ତଦାରଖ ପାଇଁ ଜିଲ୍ଲା ଏବଂ ତହସିଲ ସ୍ତରରେ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି।ଏହି ଯୋଜନା ପ୍ରାୟ ୭.୪ ଲକ୍ଷ ଆଦିବାସୀ ପରିବାର ଏବଂ ଓଡ଼ିଶାର ୩୨,୦୦୦ରୁ ଅଧିକ ଗ୍ରାମକୁ ଲାଭାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଛି।କଳାହାଣ୍ଡି ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବଳ ବନଖଣ୍ଡ ଅଞ୍ଚଳରେ ଆସୁଥିବା ଏକ ବନଖଣ୍ଡ ଅଂଚଳରେ ଜଳ ଜଙ୍ଗଲ ଜମି ଅନ୍ତର୍ଗତ ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ୱିତ କରିବା ଦିଗରେ ସରକାରୀ ଓ ବେସରକାରୀ କର୍ମଶାଳା ଜରିଆରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ କରାଯିବା ପାଇଁ ବିଭିନ୍ନ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହା ସହିତ ବର୍ତ୍ତମାନ ସୁଦ୍ଧା ଗତ ପାଞ୍ଚବର୍ଷରୁ ଦରଖାସ୍ତ କରାଯାଇଥିବା ହିତାଧିକାରୀ ମାନଙ୍କୁ ଅତିଶୀଘ୍ର ଜଙ୍ଗଲ ଜମି ପଟ୍ଟା ଦେବାପାଇଁ ଦାବୀ ହୋଇଥିଲା।

Related posts

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

masiha

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସଂଘ ଶତବାର୍ଷିକ ପଥ ସଂଚଳନ ର ଭବ୍ୟ ଅୟୋଜନ

Sunil Chandra Nayak

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

masiha

Leave a Comment

error: Content is protected !!