ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

ଆସିକା, ୨୨/୪/୨୬ (ଶିବ ଶଙ୍କର ମିଶ୍ର ) ରିଖ ଆସିକା ବିନାୟକ ବଜାର ସ୍ଥିତ ଶତାବ୍ଦୀ ପୁରାତନ ଶ୍ରୀ ଶ୍ରୀ ଭାଗବତ ମଠ ଠାରେ ଆଦିତ୍ୟ ବାହିନୀ ଆସିକା ଶାଖା ତରଫ ରୁ ଭଗବତ୍ ପାଦ ପୂଜ୍ୟ ସନ୍ଥ ଅନନ୍ତ ଶ୍ରୀ ବିଭୂଷିତ ଆଦି ଶଙ୍କରାଚାର୍ଯ୍ୟ ଙ୍କ ୨୫୩୩ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ଓ ପୀଠ ପରିଷଦ ର କର୍ମକର୍ତ୍ତା ତଥା ସ୍ଥାନୀୟ ବିଭୁପ୍ରେମି ସଜ୍ଜନ ବୃନ୍ଦ ଉପସ୍ଥିତ ରହି ଶ୍ରୀ ଶ୍ରୀ ଆଦିଶଙ୍କର ଭଗବାନ ଙ୍କ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ କୁ ଆଦିତ୍ୟ ବାହିନୀ ଆସିକା ଶାଖା ର ସଭାପତି ବ୍ରଜ ମୋହନ ପାତ୍ର ଓ ସଂପାଦକ ଟୁକୁନା ସାହୁ ଙ୍କ ସଂଯୋଜନା କରିଥିବା ବେଳେ ଏଥି ରେ ଆଦିତ୍ୟ ବାହିନୀ ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ପ୍ରଦୀପ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ସଂଗଠନ ର ସହ ସଂପାଦକ ସୁବୋଧ ରଞ୍ଜନ ନାୟକ ସମଗ୍ର କାର୍ଯ୍ୟକ୍ରମ ପରିଚାଳନ କରିଥିବା ବେଳେ ଶେଷ ରେ ସାଂସ୍କୃତିକ ସଚିବ ଆଶିଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ ପୂର୍ବକ ଆଗାମୀ ଦିନ ରେ ସଂଗଠନ ଦ୍ୱାରା ଅନ୍ୟାନ୍ୟ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧକ୍ଷ ଅରବିନ୍ଦ ପାତ୍ର, ବିଭୁ ପ୍ରେମୀ କିରଣ କୁମାର ପାଢ଼ୀ,ସମାଜ ସେବୀ ଏସ ଅନିଲ କୁମାର ପୃଷ୍ଟି, ପୀଠ ପରିଷଦ ଯୋଗେନ୍ଦ୍ର ପ୍ରଧାନ, ପୀଠ ପରିଷଦ ଅଭିରାମ ବେହେରା, ପୀଠ ପରିଷଦ କେ ମନମୋହନ ସେନାପତି,ପୀଠ ପରିଷଦ ଗୁଣ୍ଡିଚା ମହାରଣା, ବିଶିଷ୍ଟ ସାହିତ୍ୟକ ହେମନ୍ତ ଗନ୍ତାୟତ, ସକ୍ରିୟ ସଭ୍ୟ ଆର ସୁନୀଲ, ସଭ୍ୟ ଉମା ମହେଶ୍ୱର, ସଭ୍ୟ ଜଗନ୍ନାଥ ପାତ୍ର, ପ୍ରଚାର ସଚିବ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାଇରଙ୍ଗପୁର ଡାକବଙ୍ଗଳା ରାଣିପାଳ ଛକକୁ ବୀର ସିଦ୍ଧୁ-କାନ୍ହୁ ଛକ ନାମରେ ନାମକରଣ 

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

Leave a Comment

error: Content is protected !!