ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାୟନ୍ସ କ୍ଲବ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଲାୟନ୍ସ କ୍ଲବ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଆସିକା, ୨୨/୪/୨୬ (ଶିବ ଶଙ୍କର ମିଶ୍ର ) ସ୍ଥାନୀୟ ଜିଲ୍ଲା କ୍ୟାବିନେଟ୍ ସଂପଦକ ଲାୟନ୍ସ ଡଃ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ବୁଧବାର ବିଜୟ କୁମାର ସାହୁ ପ୍ରମୁଖ ଯୋଗ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ପି.ସୁଧାକାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଳବର ୩୨୨ସି-୪ର ଜିଲ୍ଲା ଗଭର୍ଣର୍ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ଏବଂ ଲାୟନ୍ସ କ୍ଳବର ଦେଇଥିଲେ । ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ I ରକ୍ତଦାନ ଏକ ମହତଦାନ ବୋଲି କହିଥିଲେ। ଆସିକା ଅଞ୍ଚଳର ବହୁ ଯୁବପିଢୀ, ସଚେତନ ନାଗରିକ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଶିବିରରୁ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର କର୍ମଚାରୀ ଚିତ୍ତରଂଜନ ଖଟୁଆ, ସନ୍ତୋଷ କୁମାର ନାୟକ, ନାରାୟଣ ବେହେରା, ସିମାଞ୍ଚଳ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଆସିକା ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ସଂପାଦକ ପ୍ରିୟବ୍ରତ ମିଶ୍ର, ପୂର୍ବତନ ସଭାପତି ଇ.ଅରୁଣ କୁମାର ପାଛ, ଟି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ବି.ଭି.ଭେଙ୍କଟ ରମଣ ମୁଇଁ, କେ.ସନ୍ତୋଷ କୁମାର ସେନାପତି, ପି.ତ୍ରିପତି ପାତ୍ର, ସୁରେନ୍ଦ୍ରନାଥ ସୁବୁଦ୍ଧି, ପ୍ରମୋଦ ଜେନା, ବସନ୍ତ ଷଡଙ୍ଗୀ, ଇ.ରାଜକିଶୋର ପାତ୍ର, ଏ.ନୀଳଞ୍ଜଳ ପାତ୍ର, ନିଶ୍ଚିତାନନ୍ଦ ସୁବୁଦ୍ଧି, ପଞ୍ଚାନନ ନାୟକ, ଡି.ଅମରନାଥ ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ବହୁବିଧ ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରେ ଉଚ୍ଚ ପ୍ରଶଂସା କରାଯାଇଛି ।

Related posts

କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳରେ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ୯ ରେ….

masiha

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!