ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

ଆସିକା,୨୪/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବଡ଼ଦାଣ୍ଡ ସାହି ନିବାସୀ ଜଣାଶୁଣା ରସାୟନ ବିଜ୍ଞାନ ପ୍ରଫେସର ଡ ପ୍ରଶାନ୍ତ ପ୍ରସାଦ ମିଶ୍ର ଙ୍କର 86 ବର୍ଷ ବୟସରେ ପୁରୀ ଭି ଆଇ ପି ରୋଡ ସ୍ଥିତ ପାର୍ବତୀ ଅନନ୍ତ ନିଳୟ ରେ ଗତ ବୁଧବାର ଦିନ ପରଲୋକ ହୋଇଯାଇଛି। ସେ ସ୍ୱର୍ଗତ ଅନନ୍ତ ମିଶ୍ର ଓ ପାର୍ବତୀ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ତାଙ୍କର ଭାଇ ସ୍ୱର୍ଗତ ଶାରଦା ମିଶ୍ର, କାଳୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର ଓ ସ୍ୱର୍ଣ୍ଣଲତା ମିଶ୍ର ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି। ସେ ଆଜୀବନ ଅବିବାହିତ ଥିଲେ । 1993 ମସିହା ଜୁଲାଇ ଏକ ତାରିଖ ଦିନ ଧରାକୋଟ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ରହ୍ମପୁର ଖଲିକୋଟ କଲେଜ ରେ ଏବଂ ପରେ ଏସ ସି ଏସ କଲେଜ ପୁରୀରେ ରସାୟନ ବିଜ୍ଞାନ ପ୍ରଫେସର ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତାଙ୍କର ଭାତୃପୁତ୍ର ଅଧ୍ୟାପକ ଡ ଦିଲିପ ମିଶ୍ର,ପୁତ୍ରବଧୂ ଅନିତା ମିଶ୍ର,ସୁରେଶ ମିଶ୍ର,ସଙ୍ଗୀତା ମିଶ୍ର ଓ ନାତି ନାତୁଣୀ ପ୍ରୀତମ,ଶ୍ରୀତମ,ରୈନା ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କର ପରଲୋକରେ ଶିକ୍ଷ୍ୟା ଜଗତରେ ଅପୂରଣୀୟ କ୍ଷତି ଘଟିଥିବା ବେଳେ ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

masiha

Leave a Comment

error: Content is protected !!