ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ ଜିଲା ଅନୂସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବୋରିପଦର ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ଶୁକ୍ରବାର ବାର୍ଷିକ ଉତ୍ସବ -୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଶରୀ ଡଙ୍ଗରୀ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପ୍ରମୁଖ ମଞ୍ଚାସୀନ ଥିଲେ | ପ୍ରଭୁ ଗଜାନନଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ, ଧୂପ, ଦୀପ ପ୍ରଜ୍ଜ୍ଵଳନ ସହ ନାରିକେଳ ଫୁଟାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସମସ୍ତ ଅତିଥି, ମୁଖ୍ୟ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ l ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଙ୍କଜିନୀ ବରାଳ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ସମସ୍ୟା ଉପରେ ମୁଖ୍ୟ ଅତିଥି ବରେଣ୍ୟ ଅତିଥି, ସମ୍ମାନୀତ ଅତିଥି ଙ୍କୁ ଅବଗତ କରାଇଥିଲେ l ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ବୃନ୍ଦ ଛାତ୍ରୀ ଛାତ୍ର ମାନଙ୍କୁ ବିଦ୍ୟାଧ୍ୟୟନ ସାଙ୍ଗକୁ ବିଭିନ୍ନ କ୍ରୀଡାରେ ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ମତବ୍ୟକ୍ତ କରିଥିଲେ l ବାର୍ଷିକ ଉତ୍ସବ ନିମନ୍ତେ ପୁର୍ବରୁ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରେ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଯାଇ ସମସ୍ତଙ୍କୁ ଖୁସି କରାଇଥିଲେ l ଶିକ୍ଷକ ଲକ୍ଷ୍ମୀକାନ୍ତ ପଡିଆ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ କାଞ୍ଚନପ୍ରଭା ନାୟକ, ରଶ୍ମିତା ତ୍ରିପାଠୀ, ଲୀନା ପଟ୍ଟନାୟକ, ଶିକ୍ଷକ ଦୁର୍ଜନ ଭତରା, ନବ କୁମାର ହଲଦାର, ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!