ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

ରାଉରକେଲା : ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ସଭାପତି ସୁଦାମ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଛେଣ୍ଡ କଲୋନୀସ୍ଥ ହୃଷିକେଶ ରାୟ ସ୍ନାତକ ମହାବିଦ୍ୟାଳୟ ସଭାଗୃହରେ ମଧୁବାବୁଙ୍କ ୧୭୯ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଵକ୍ତା ତଥା ବିଶିଷ୍ଟ ଭାଷାବିତ୍ତ ଡ. ଅଶ୍ବିନୀ କୁମାର ରାୟ ଉପସ୍ଥିତ ଶତାଧିକ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସଂଗଠନରୁ ଆସିଥିବା ବ୍ୟକ୍ତିଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ l ସେ ନିଜ ଜୀବନକୁ ତିଳତିଳ ଜାଳି ଓଡ଼ିଆ ଜାତି, ଭାଷା ଏବଂ ସଂସ୍କୃତି ପାଇଁ ସମର୍ପିତ ଥିଲେ l ଜାତିକୁ ଶୈକ୍ଷିକ ମର୍ଯ୍ୟାଦା ଦେବାପାଇଁ ତାଙ୍କ ନିଜସ୍ୱ ଅନୁଦାନରେ ତିଆରି କରିଥିଲେ ଚିନି କାରଖାନା, ଚମଡା ଓ ତାରକଶି ଶିଳ୍ପ l ଓଡ଼ିଆ ଭାଷା, ଓଡ଼ିଶା ମାଟି ଓ ଓଡ଼ିଆ ଜାତିକୁ ସେ ପ୍ରାଣରେ ପ୍ରାଣରେ ଭଲ ପାଉଥିଲେ l ସଭାପତି ସୁଦାମ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ ଯେ, ମଧୁବାବୁ ନିଜର ଓକିଲାତି ଜୀବନ ସହ ଓଡିଶା ଜାତୀୟ ଜୀବନ ସହ ଯୋଡି ହୋଇଥିଲେ l ମାଗଣାରେ ମୋକଦମା ଲଢ଼ି ଆଇନଜୀବୀମାନଙ୍କ ପାଇଁ ଏକ ନୂତନ ଦିଗଦର୍ଶକ ଥିଲେ l ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ସଂଯୋଜନା କରି ବକ୍ତବ୍ୟ ରଖିଥିଲେ ଯେ, ଯେଉଁ ଜାତି ମାଟି ଓ ଭାଷା ପାଇଁ ସମର୍ପିତ ନୁହେଁ, ସେ ଏକ ବର୍ବର ଜାତି l ଉତ୍କଳ ଗୌରବ ମଧୁବାବୁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ର କରାଇବାରେ ଥିଲେ ମୁଖ୍ୟ ବିନ୍ଧାଣୀ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ତଥା ହୃଷିକେଶ ରାୟ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କହ୍ନେୟାଲାଲ ଅଗ୍ରୱାଲ, ଅଧ୍ୟାପିକା ଡ. ଅର୍ଚ୍ଚନା ନନ୍ଦ,ଉପ ସଭାପତି ଚିତ୍ତ ରଂଜନ ଦାଶ , ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ପି. ପି ରାୟ,ଅନୀଲ କୁମାର ଦାଶ ପ୍ରମୁଖ ମଧୁବାବୁଙ୍କ ଜୀବନୀ ସମ୍ପର୍କୀତ ଆଲୋଚନା କରିଥିଲେ l ଟିକିଟିକି ସୁନାଫୁଲର ସମ୍ପାଦକ ସୁନୀଲ କୁମାର ମହାନ୍ତି ମଧୁବାବୁଙ୍କ ବାଲ୍ୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ମଧୁବାବୁଙ୍କ ସମ୍ପର୍କୀତ ବକ୍ତବ୍ୟ ରଖିଥିବା ଛାତ୍ରଛାତ୍ରୀ ସତ୍ୟବ୍ରତ ପଣ୍ଡା, ରଶ୍ମିତା ସାହୁ, ପରିମିତା ନାୟକଙ୍କୁ ସୁନାଫୁଲ ପତ୍ରିକା ଉପହାର ପ୍ରଦାନ କରିଥିଲେ l ଉପ ସଭାପତି ନବଘନ ପାଣି, କୋଷାଧ୍ୟକ୍ଷ ଭଗବାନ ମହାପାତ୍ର, କାର୍ଯ୍ୟକାରୀ ସଭ୍ୟ ଉତ୍ତମ କୁମାର ବାରିକ, ସୂର୍ଯ୍ୟନାରାୟଣ ପଣ୍ଡା, ଲକ୍ଷ୍ମଣ ପରିଡା, ରାଜେନ୍ଦ୍ର ମହାନ୍ତି ବିଜୟକୁମାର ସାହୁ , ସୁଶାନ୍ତ କୁମାର ନାୟକ, ଉଇ ଆର ୱାନ ବରିଷ୍ଠ ସଙ୍ଘର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଜଗବନ୍ଧୁ ପ୍ରଧାନ ଏବଂ ମହାବିଦ୍ୟାଳୟର ଆଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସକାଳ ଆଠ ଘଟିକାରେ ରେଳ ଷ୍ଟେସନ ନିକଟବର୍ତ୍ତୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସମ୍ମିଳନୀର ସଭ୍ୟ ସଭ୍ୟାଙ୍କ ପକ୍ଷରୁ ମାଲ୍ୟାର୍ପଣ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

masiha

ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ତରଫରୁ ସହାୟତା ପ୍ରଦାନ

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!