ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ 

ବାଲିଗୁଡା, ତା, ୨୮/୦୪: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଓକିଲ ସଂଘ ର ସମ୍ପାଦକ ଅନିଲ କୁମାର ଦାସ, ସଭାପତି ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ରାମକୃଷ୍ଣ ଦାସ, କୋଷାଧକ୍ଷ ମାନସ ରଞ୍ଜନ ପଣ୍ଡା, ଆଇନଜୀବୀ କୌଶିକ ସାହୁ, ପଦ୍ମ ଚରଣ ପଣ୍ଡା, ସେକ ସାଦିକ, ସୁରେନ୍ଦ୍ର କୁମାର ପାତ୍ର, ସୁବ୍ରତ ପ୍ରଧାନଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫୋଟୋଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ମଧୁବାବୁ ଙ୍କ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ର ଗୌରବ ମଧୁସୂଦନ ଦାସ ଙ୍କ ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନ ଦିଗରେ ଭୂମିକା ଓ ଅବଦାନ ନେଇ ଆଲୋକପାତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘ ର ପ୍ରମୁଖ ଯୋଗ ଦେଇଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ମଙ୍ଗର ଦୋରା ଠାରୁ ମୁଣ୍ଡା ଗୁଡା ରାସ୍ତା ପିଚୁ ହେବ କେବେ ?

Sunil Chandra Nayak

ସର୍ବଭାରତୀୟ ସଂଗଠନ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

5T ସଚିବ ଶ୍ରୀଯୁକ୍ତ ଭି କେ ପଣ୍ଡିୟାନ ଙ୍କ ଢେ଼ଙ୍କାନାଳ ଗସ୍ତ ଅବସର ରେ “କପିଳାସ ସୁରକ୍ଷା ସମିତି ” ର ନିବେଦନ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

Leave a Comment

error: Content is protected !!