ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ 

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ 

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତକାର୍ଯ୍ୟକ୍ରମ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ |” ସ୍ୱଚ୍ଛ ତାହିଁ ସେବା ‘ ନାରା ଦେଈ ଏକ ଜୋରଦାର ଗ୍ରାମ ସଫେଇ କାର୍ଯ୍ୟକ୍ରମ କରିଥିଲେ | ଖାଲି ସେତିକି ନୁହଁ ଲକ୍ଷ ଥିଲା ଗାଁରେ ଆଗକୁ ନୃସିଂହ ଯାତ୍ରା ଥିବାରୁ ଆଖ, ପାଖ ପଞ୍ଚାୟତ ରୁ ଲୋକମାନେ ଏଈ ଗାଁକୁ ଆସି ଯାତ୍ରା ଦେଖିବା ସମୟରେ ଅଳିଆ,ଆବର୍ଜନା ରେ ପୂର୍ଣ୍ଣ ଏହି ପରିବେଶ ଦେଖି ଲୋକେ ନାକ ଟେକିବେ, ଏବଂ ବର୍ଷା ଦିନ ଆସିଲେ ବିଭିନ୍ନ ଖାଲ, ଆବର୍ଜନା ରେ ପାଣିଜମି ସେହି ସ୍ଥାନରେ ମଶା , ମାଛି ବାସ କରି ଡିମ୍ବ ଦେଈ ଜୀବାଣୁ ସୃଷ୍ଟିକରୀ ରୋଗ କରିବେ ସେଥିପାଇଁ ମହିଳା ସରପଞ୍ଚ ରାଜଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା,ଙ୍କ ନେତୃତ୍ୱ ରେ ୱାର୍ଡ ମେମ୍ବର ଝଡିଆ ବେହେରା, ପଞ୍ଚାୟତ ଅଧିକାରୀ ଚନ୍ଦ୍ର ଶେଖର ଖିଲ,ପୁରୁଷୋତ୍ତମପୁର ବ୍ଳକର ଗ୍ରାମ୍ୟ ଜଳ ଯୋଗାଣ ଓପରିମଳ ଯନ୍ତ୍ରୀ ନର୍ମଦାପାତ୍ର, ଓତାଙ୍କ ସହଯୋଗୀ,ଯୁବଗୋଷ୍ଟି, ମହିଳା ଗୋଷ୍ଟି, ଏମ୍ବିକେ, ସିଆର ପି, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ଗାଁର ସବୁ ଆବର୍ଜନା ପଡ଼ିଥିବା, ନାଳ, ନର୍ଦମା, କୋଠଘର, ମନ୍ଦିରଚତୁର୍ପାଶ୍ୱ, ସ୍ଥାନ କୁସଫା ସୁତୁରା କରି, ପାଣି ଯମୁ ଥିବା ସ୍ଥାନ ଗୁଡିକରେ ବ୍ଲିଚିଙ୍ଗ ପକାଇ ସଫକରିବା ସହିତଅଳିଆ, ଆବର୍ଜନା ଗୁଡିକୁ ନଈପାଖ ଖାଲରେ ପକାଇ ପୋତି ଦେଇଥିଲେ | ଏହା ସହିତ ଗାଁ ରାସ୍ତାରେ ରହିଥିବା ବାକି କିଛି ଅଳିଆକୁ ନିଆଁ ଲଗାଇ ପୋଡି ଥିଲେ | ଏହି କାର୍ଯ୍ୟକୁ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ ,ସଂଯୋଜନାକରିଥିଲେ |କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

Related posts

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

କୋକସରା ବ୍ଲକ ଅମଲା କର୍ମଚାରୀଙ୍କ ଆନ୍ଦୋଳନ, ସମସ୍ତ କାର୍ଯ୍ୟ ଠପ, ଲୋକେ ହଇରାଣ 

ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ପାଇଁ ନବରଙ୍ଗପୁର ଜିଲ୍ଲାରେ ୧,୦୬,୪୬୪ ଚାଷୀ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!