ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

ବ୍ରହ୍ମପୁର, (ମ ନି ସ): ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀନଗର ଜ୍ଞକ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ବକ୍ତାମାନେ ମଧୁସୂଦନ ଦାସଙ୍କୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା, ମହାନ୍‌‍ ଓଡ଼ିଆ ନେତା ଓ କୁଳବୃଦ୍ଧ ଭାବେ ସ୍ମରଣ କରିଥିଲେ। ଓକିଲାତି ବୃଷିରେ ମହିଳାଙ୍କୁ ଅନୁମତି ନ ଥିବା ସମୟରେ ସେ ଲଣ୍ଡନ ପ୍ରିଭି କାଉନ୍‌‍ସିଲ୍‌‍ରେ ଜନସ୍ଵାର୍ଥ ମାମଲା ଦାଖଲ କରି ଜିତିବା ପରେ ମହିଳାମାନେ ଓକିଲାତି କରିବାର ଅଧିକାର ପାଇଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ପାରଳା ମହାରାଜା ଓ ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ମାନଙ୍କ ନିୟନ୍ତ୍ରଣରେ ରହିଛି ବୋଲି ପ୍ରକାଶ କରିଥିଲେ। ମଧୁବାବୁ ଓ ଗଜପତିଙ୍କ ପ୍ରତି ଉଚିତ ସମ୍ମାନ ପ୍ରଦାନ କରାଯାଉନାହିଁ ବୋଲି ଶ୍ରୀ ରଥ କହିଥିଲେ।

ଏହି ଅବସରରେ ସମାଜସେବୀ ସତ୍ୟନାରାୟଣ ରାଓ, କୁଶ ବେହେରା, ସୁରେନ୍ଦ୍ର ନାଥ ପଣ୍ଡା, ରାଜେନ୍ଦ୍ର କୁମାର ବିଷୋୟୀ, ବିଜୟ କୁମାର ପାଢ଼ୀ, ମନୋଜ କୁମାର ସାମଲ, ଗଗନ ଚନ୍ଦ୍ର ମଲ୍ଲିକ, ବୃନ୍ଦାବନ ଖଟେଇ, ମନୋରଞ୍ଜନ ମହାରଣା, ମହେଶ୍ବର ବାଡ଼ତ୍ୟା, ଉଜ୍ଜଳେଶ୍ବର ସାହୁ, ଏସ୍‌‍. ସାମ୍ନାଶିବା ରାଓ, ଆପ୍‌‍ ନେତା ଆଦିତ୍ୟ ରଥ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ମହମ୍ମଦ ଆସଲମ, ଭଗବାନ ସାହୁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅଶୋକ ଦଳେଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related posts

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

masiha

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫-୨୬ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!