ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଚାଲିଗଲ ଛାଡି……..

ଚାଲିଗଲ ଛାଡି……..

ତୃପ୍ତି ରାଣୀ ପାତ୍ର

 

ସାହିତ୍ୟାକାଶର ମହାଦୃମ ତୁମେ

ତୁମେ ଯଶୋବନ୍ତୀ ନାରୀ

ପ୍ରେରଣାର ଉତ୍ସ ହୋଇ ନାରୀପ୍ରାଣେ

କିପରି ଯିବୁ ପାଶୋରି ।

ଯେବର୍ଷେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ 

ଲଭିଲା ମାନ୍ୟତା ଆମ

ଉଣେଇଶି ଶହ ଛତିଶି ବରଷ

ସେବର୍ଷେ ସମ୍ଭୂତ ତୁମ । 

ବ୍ରହ୍ମପୁରେ ତୁମ ହୋଇବ ସମ୍ଭୂତ 

ପିତାଗ୍ରାମ ଚାନ୍ଦୋଳରେ 

ଜୀବନ କବିତା ସୃଜନ ପ୍ରଥମ 

କବିତା ସଂକଳନରେ ।

ଅର୍ଥନୀତିରେ ସ୍ନାତକୋତ୍ତର ଶେଷେ

ଅଧ୍ୟାପିକା କର୍ମ ଲାଭ

ଉଣେଇଶି ଶହ ଷାଠିଏ ସାଲରେ

ଅଧ୍ୟାପନା କାର୍ଯ୍ୟାରମ୍ଭ ।

*ତନ୍ଦ୍ରାହତ* ତୁମ କରିଲା ଚକିତ

ନାରୀ ମହଲେ ପ୍ରକାଶ

ଗୋଟିଏ ରାତ୍ରିର କାହାଣୀ ଗଳପ

ପ୍ରଜାତନ୍ତ୍ରରେ ପ୍ରକାଶ ।

ଉଣେଇଶ ଏକଷଠି ମସିହାର 

*ନାଉଗଛ* ଲେଖିଥିଲେ 

*କୁନ୍ତଳା କୁମାରୀ* ମହାବିଦ୍ୟାଳୟ

ଅଧ୍ୟାପନା *ବାଲେଶ୍ଵରେ* ।

ପାଠକୀୟ ସ୍ଵୀକୃତି ଲଭି ଆନନ୍ଦ 

ଗଲ୍ପ ଲେଖାରେ ଆଗ୍ରହୀ 

ଚଳନ୍ତି ଜୀବନ ସତସତିକାର

ଘଟଣା ବର୍ଣ୍ଣନାକାରୀ । 

ଆପେ ମାଡିଥିବା ନାଉଗଛଟିର 

ଗଳ୍ପ ଲେଖାର ପ୍ରେରଣା 

ପାଟଦେଇ ଗଳ୍ପ ଭୁବନେଶ୍ବରର

ଘଟିବା ସତ୍ୟ ଘଟଣା ।

ବସ୍ ଟିରେ ଯାଉଥିବା ଏକଝିଅ

ଠେଲି ବସି ଯାଇଥିଲା 

ସୁନ୍ଦର ଚିନ୍ତନ ତାହାରି ବିଷୟ 

ବର୍ଣ୍ଣନା ଖ୍ୟାତି ଅର୍ଜିଲା ।

ସେହି ପାଟଦେଇ ପାଇଁ ସମ୍ମାନିତ

ହୋଇଲେ କେନ୍ଦ୍ର ସାହିତ୍ୟେ 

ଏକାଡେମୀ ପୁରସ୍କାର ବିବେଚିତ 

ଉଣେଇଶି ଶହ ନବେ ।

ପୁରସ୍କାର ପରେ ପୁରସ୍କାର ମାଳ

ପିନ୍ଧିଲେ ମାଳା ସଦୃଶ

ଅତିବଡ଼ି ଜଗନ୍ନାଥ ଦାସ ପ୍ରାପ୍ତ

ଝଙ୍କାର ପୁରସ୍କାର ।

କସ୍ତୁରୀ ମୃଗ ସବୁଜ ଅରଣ୍ୟ 

ଓଡ଼ିଶାର ସାହିତ୍ୟରେ

ଏକାଡେମୀ ପୁରସ୍କାର ସମ୍ମାନ 

ହୋଇଲେ କାଳଜୟୀରେ ।

ଶାରଳା,ସାହିତ୍ୟ ଭାରତୀ ସମ୍ମାନ 

ବିଷୁବ ପୁରସ୍କାର 

ଧରିତ୍ରୀରେ କ୍ଷୁଦ୍ରଗଳ୍ପ ସମ୍ମାନ 

ଦେଲେ ସାହିତ୍ୟ ଭଣ୍ଡାର ।

ଦୁଇହଜାର କୋଡିଏରେ *ପଦ୍ମଶ୍ରୀ* 

ଲଭି ହୋଇଲେ ଅମର

କୋଟି ଓଡିଆଙ୍କ ପ୍ରାଣର ରୂପଶ୍ରୀ 

ଚାଲିଗଲେ ଆରପୁର ।

ଝୁରେ ନରନାରୀ ହୃଦୟରେ ସ୍ମରି

ନାମ ଗୁଣେ କର୍ମକରି

ଅମ୍ଳାନ ପ୍ରତିଭା ଭାଷା ସୁବର୍ଣ୍ଣଶ୍ରୀ 

ପ୍ରଶଂସା କରୁ ତୁମ୍ଭରି ।

ମହାଦୃମ ସମ ମଧ୍ୟଭାଗେ ରହି

ସାହସ ଦିଅ ଆବୋରି

ତୁମ ଶକତିର ଓହଳକୁ ଧରି

ହେଉଥିଲୁ ନାବ ପାରି ।

କରେ ନିବେଦନ ପ୍ରାର୍ଥନା ବିନତୀ 

ହେଉ ଆତ୍ମାର ସଦ୍ଗତି 

ଚାଲିଗଲ ଛାଡି ମହାଦୃମ ହୋଇ

ସୁମରୁଛୁ ଯଶ କୃତି ।

 

ସହଦେବଖୁଣ୍ଟା,ବାଲେଶ୍ଵର ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ଆରମ୍ଭ ହେଲା ନର୍ଲାରୋଡ ରେ ଦୁର୍ଗାପୂଜା, ସନ୍ଧ୍ୟା ଆଳତି ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

Leave a Comment

error: Content is protected !!