ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ

କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ

ରାଉରକେଲା: ମହିଳାମାନଙ୍କ ଦ୍ୱାରା ପରିଚାଳିତ କୋଏଲନଗର କୀର୍ତ୍ତନ ମଣ୍ଡଳୀ ଗତ କିଛି ବର୍ଷ ଧରି ପ୍ରତ୍ୟେକ ମଙ୍ଗଳବାର ନିୟମିତ ଭାବେ ସତସଙ୍ଗ ଓ କୀର୍ତ୍ତନ ଆୟୋଜନ କରୁଛନ୍ତି। ଏହି ପରମ୍ପରାକୁ ଅଗ୍ରସର କରି ଗତ ରବିବାର ଦିନ ମଣ୍ଡଳୀର ସଦସ୍ୟାମାନେ ଏକ ସମାଜସେବାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଅନୁଷ୍ଠାନର ବୀଣା ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଏଲନଗର ହନୁମାନ ମନ୍ଦିର ନିକଟରେ ଭୟାବହ ଗ୍ରୀଷ୍ମତାପକୁ ଦୃଷ୍ଟିରେ ରଖି ପଥଚାରୀ ମାନଙ୍କୁ ଶୀତଳ ସର୍ବତ ଓ ଚଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମଣ୍ଡଳୀର ସମସ୍ତ ସଦସ୍ୟାମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ଶତାଧିକ ପଥଚାରୀ ଶୀତଳ ସର୍ବତର ଆନନ୍ଦ ଉଠାଇ ଗ୍ରୀଷ୍ମରୁ କିଛି ଆଶ୍ବସ୍ତ ଅନୁଭବ କରିଥିଲେ। ସ୍ଥାନୀୟ ଲୋକମାନେ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ

masiha

Leave a Comment

error: Content is protected !!