ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ଦିବସ ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଅଂଶୁଘାତ ନେଇ ସଚେତନା ସହ ଛତା ବଣ୍ଟନ 

ଶ୍ରମିକ ଦିବସ ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଅଂଶୁଘାତ ନେଇ ସଚେତନା ସହ ଛତା ବଣ୍ଟନ 

ବ୍ରହ୍ମପୁର, ୩୦ /୦୪ : ମେ ୧ ତାରିଖ ଶ୍ରମିକ ଦିବସ ପରିପେକ୍ଷୀରେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଶ୍ରମିକ ମାନଙ୍କୁ ମାଗଣାରେ ଛତା ବଣ୍ଟନ କରଯାଇଥିଲା ।ଛାତ୍ରଛାତ୍ରୀ ମାନେ ଅନ୍ଧପସରା ରୋଡ ସମ୍ମୁଖ ରାସ୍ତାରେ କାର୍ଯ୍ୟ କରୁଥିବା ୨୦ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ଏପରି ଛତା ବଣ୍ଟନ କରିବା ସହ ଖରା ଦିନ ଲାଗି ରୋଦ୍ର ତାପ ର ପ୍ରଭାବ ଓ କିପରି ନିଜକୁ ଅଂଶୁଘାତ ରୁ ସୁରକ୍ଷିତ ରଖି ପାରିବେ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏପରି ମହତ କାମ କରି ଖୁସି ଅନୁଭବ କରିଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଶ ଶିଳା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଏପରି ମହତ୍ ଆଉ ସେବାମୁଳକ କାର୍ଯ୍ୟ ଲାଗି ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଓ ଅଧକ୍ଷ କାହୁଁ ଚରଣ ପଣ୍ଡା ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।

Related posts

ପୌରାଣିକ ନାଟକ ” ମହାଦାନୀ କର୍ଣ୍ଣ ” ର ସଫଳ ରୂପାୟନ

masiha

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!