ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ଦିବସ ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଅଂଶୁଘାତ ନେଇ ସଚେତନା ସହ ଛତା ବଣ୍ଟନ 

ଶ୍ରମିକ ଦିବସ ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଅଂଶୁଘାତ ନେଇ ସଚେତନା ସହ ଛତା ବଣ୍ଟନ 

ବ୍ରହ୍ମପୁର, ୩୦ /୦୪ : ମେ ୧ ତାରିଖ ଶ୍ରମିକ ଦିବସ ପରିପେକ୍ଷୀରେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଶ୍ରମିକ ମାନଙ୍କୁ ମାଗଣାରେ ଛତା ବଣ୍ଟନ କରଯାଇଥିଲା ।ଛାତ୍ରଛାତ୍ରୀ ମାନେ ଅନ୍ଧପସରା ରୋଡ ସମ୍ମୁଖ ରାସ୍ତାରେ କାର୍ଯ୍ୟ କରୁଥିବା ୨୦ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ଏପରି ଛତା ବଣ୍ଟନ କରିବା ସହ ଖରା ଦିନ ଲାଗି ରୋଦ୍ର ତାପ ର ପ୍ରଭାବ ଓ କିପରି ନିଜକୁ ଅଂଶୁଘାତ ରୁ ସୁରକ୍ଷିତ ରଖି ପାରିବେ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏପରି ମହତ କାମ କରି ଖୁସି ଅନୁଭବ କରିଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଶ ଶିଳା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଏପରି ମହତ୍ ଆଉ ସେବାମୁଳକ କାର୍ଯ୍ୟ ଲାଗି ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଓ ଅଧକ୍ଷ କାହୁଁ ଚରଣ ପଣ୍ଡା ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

masiha

Leave a Comment

error: Content is protected !!