ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ନର୍ଲା ବ୍ଲକ ରେ ଏ – 1 ଗ୍ରେଡ଼ ରେ ମାତ୍ର 3ଜଣ 

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ନର୍ଲା ବ୍ଲକ ରେ ଏ – 1 ଗ୍ରେଡ଼ ରେ ମାତ୍ର 3ଜଣ 

ରୁପ୍ରା, 2/5 (ଅଜୟ ସେନାପତି ) : ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି l ଚଳିତ ବର୍ଷ ନର୍ଲା ବ୍ଲକରେ ଏ 1 ଗ୍ରେଡ଼ରେ ମାତ୍ର 3ଜଣ ସ୍ଥାନ ପାଇଛନ୍ତି, ତୁଲାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠର ଦୁଇଜଣ ଛାତ୍ରୀ ଅର୍ପିତା ସ୍ୱାଇଁ ଓ ସ୍ନେହମୟୀ ନାୟକ ତଥା ଉଲିକୁପା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୌମ୍ୟରଂଜନ ରଣା ରହିଥିବା ସୂଚନା ମିଳିଛି l ତୁଲାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନୀଙ୍କ ସୂଚନା ମୁତାବକ ତାଙ୍କ ସ୍କୁଲର ଅର୍ପିତା ସ୍ୱାଇଁ ବାପା ଉମେଶ ଚନ୍ଦ୍ର ସ୍ୱାଇଁ ମାତା ଅଞ୍ଜଳି ସ୍ୱାଇଁ ଓ ସ୍ନେହମୟୀ ନାୟକ ବାପା ସଚ୍ଚିଦାନନ୍ଦ ନାୟକ ମାତା ସରିତା ନାୟକ ଦୁଇଜଣ ଛାତ୍ରୀ ଏ 1 ଗ୍ରେଡ଼ ପାଇ ବିଦ୍ୟାଳୟର ଗର୍ବ ଓ ଗୌରବ ଆଣିପାରିଥିବା ବେଳେ ଶତ ପ୍ରତିଶତ ପାସ ହାର ଯୋଗୁଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଉକ୍ତ ବିଦ୍ୟାଳୟର ମୋଟ 100ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ1 – 2ଜଣ, ଏ2 – 20ଜଣ, ବି1 – 35ଜଣ, ବି2 – 24ଜଣ, ସି – 13ଜଣ, ଡି – 4ଜଣ ଓ ଇ – 2ଜଣ ସମସ୍ତେ ପାସ ହୋଇଛନ୍ତି l ସେହିପରି ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସୂଚନା ମୁତାବକ ତାଙ୍କ ବିଦ୍ୟାଳୟର ମୋଟ 82ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବି1 – 5ଜଣ, ବି2 – 7ଜଣ, ସି – 19ଜଣ, ଡି – 31ଜଣ ଓ ଇ – 19ଜଣ ପାସ ହୋଇଥିବା ବେଳେ ଜଣେ ଛାତ୍ର ଫେଲ ହୋଇଛନ୍ତି l ଟକର୍ଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ 45ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ2 ଜଣେ, ବି1 – 2ଜଣ, ବି2 – 6 ଜଣ, ସି – 18ଜଣ, ଡି – 11ଜଣ, ଇ – 6 ଜଣ ପାସ ହୋଇଥିବା ବେଳେ ଜଣେ ଫେଲ ହୋଇଛନ୍ତି l ଶ୍ରୀପୁର ହାଇସ୍କୁଲର 21 ଜଣ ମଧ୍ୟରୁ ବି1 – 4ଜଣ, ବି2 – 9ଜଣ, ସି – 2ଜଣ, ଡି – 5ଜଣ ଓ ଇ ଗ୍ରେଡ଼ରେ ଜଣେ ମୋଟ 21 ରୁ 21ଜଣ ପାସକରି ଶତ ପ୍ରତିଶତ ରେଜଲ୍ଟ ହୋଇଛି l ସେହିପରି ମୁସ୍କୁଟି ସ୍ଥିତ ଏମ ପି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 82ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 81ଜଣ ପାସ କରିଛନ୍ତି, ଏ2 – ଜଣେ, ବି1 – 11ଜଣ, ବି2 – 25ଜଣ, ସି – 29ଜଣ, ଡି – 14ଜଣ ଓ ଇ ଗ୍ରେଡ଼ରେ ଜଣେ ପାସ କରିଛନ୍ତି l ବାକି ଅନ୍ୟ ବିଦ୍ୟାଳୟ ମାନଙ୍କ ରେଜଲ୍ଟ ହସ୍ତଗତ ହୋଇ ପାରିନାହିଁ l

Related posts

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

masiha

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି: ଉମାକାନ୍ତ

Sunil Chandra Nayak

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!