ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ଜଳେଶ୍ଵର,୩/୫(ମନିସ)–ଓଡ଼ିଶା ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅନିକେତ ପାତ୍ର ୫୮୬ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ଓ ଜୟପ୍ରକାଶ ପାତ୍ର ୫୮୦ ନମ୍ବର ରଖି ରାଜ୍ୟରେ ଦଶମ ସ୍ଥାନ ଅଧିକାର କରି ଜଳେଶ୍ଵର ଅଞ୍ଚଳ ପାଇଁ ଗର୍ବ ଆପଣାଇଛନ୍ତି l ଆଜି ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଯୁବ ଆଇନଜୀବୀ ଫାଲଗୁନି ପାଣିଗ୍ରାହୀଙ୍କ ନେତୃତ୍ବରେ ଗୌରବ ଅର୍ଜନ କରୁଥିବା ଦୁଇଜଣଙ୍କ ଘରକୁ ଯାଇ ଉପଢୌକନ,କଲମ,ଫୁଲ ଗଛ ଦେଇ ସମ୍ବର୍ଦ୍ଧିତ କରିବା ସହ ମିଠା ଖୁଆଇ ଖୁସି ବାଣ୍ଟିଥିଲେ l ସମଗ୍ର ରାଜ୍ୟରେ ଜଳେଶ୍ବରର ନାମକୁ ଗୌରବାନିତ କରିଥିବା ଦୁଇଜଣ ଛାତ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l ଉକ୍ତ କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଚନ୍ଦନ ଦାସ,ନଗର ସାଧାରଣ ସମ୍ପାଦକ ସମର କରଣ, ବିପ୍ଳବ କୁମାର ପ୍ରଧାନ, ଅଞ୍ଜନ ଦାସ, ରଞ୍ଜିତ ପାତ୍ର, ଶଙ୍କର ମହାଳିକ, ସୌରଭ ଗୁପ୍ତା, ରାଧାକୃଷ୍ଣ ସେନ, ଗଜେନ୍ଦ୍ର ଖମାରୀ, ରୋହିତ ବେହେରାଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଦୀପାବଳି ଉତ୍ସବ ଉପଲକ୍ଷେ ଓରମାସ ସହାୟତାରେ ମୟୁର ଶିଳ୍ପା ସମ୍ମୁଖରେ ସୁଭଦ୍ରା ଶକ୍ତି ମହିଳାଙ୍କୁ ନେଇ ଦୀପାବଳି ସାମଗ୍ରୀ ପ୍ରକାଶିବା ଉଦଘାଟିତ 

Sunil Chandra Nayak

ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

୨ ଟି ବନ ସଂରକ୍ଷଣ ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନୀତ

Leave a Comment

error: Content is protected !!