ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ହିଞ୍ଜିଳିକାଟୁ,ତା ୦୫/୦୫ ପ୍ରେମ ପାଗଳ ହୋଇ ଆସିଥିଲା ପ୍ରେମିକଙ୍କ ଘରକୁ । ଗର୍ଭବତୀ ପ୍ରେମିକାକୁ ହତ୍ୟା କଲା ପ୍ରେମିକର ଭାଇ । ନ୍ୟାୟ ପାଇଁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ପ୍ରେମିକର ଭାଇ ଟାଙ୍ଗିଆ ଚୋଟରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ । ନିଜର ନ୍ୟାୟ ପାଇଁ ଧାରଣାରେ ବସିଥିବା ଗର୍ଭବତୀ ପ୍ରେମିକାକୁ ଟାଙ୍ଗିଆ ହାଣି ହତ୍ୟା କଲା ପ୍ରେମିକର ସାନ ଭାଇ । ମୃତ ପ୍ରେମିକା ଜଣକ ହେଲେ ରମ୍ଵା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁ ର ପୂଜା ସ୍ଵାଇଁ (୨୧) ତାଙ୍କର ୨ ବର୍ଷର ଏକ ଶିଶୁ କନ୍ୟା ରହିଥିବା ବେଳେ ସେ ବର୍ତ୍ତମାନ ଗର୍ଭବତୀ ଥିଲେ l ସୂଚନା ଥାଉକି ପୂଜା ଦୁଇ ବର୍ଷ ତଳେ ଇନଷ୍ଟଗ୍ରାମରେ କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ l ପ୍ରଥମେ ଅନଲାଇନରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଗତ ଦୁଇ ବର୍ଷ ତଳେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ l ଗତ ଛଅ ମାସ ହେଲା ପୁରୀରେ କୌଣସି ଏକ ଘର ଭଡାକୁ ନେଇ ରହୁଥିଲେ l ପନ୍ଦର ଦିନ ତଳେ ଘରଲୋକଙ୍କ ସହ ଦେଖା କରିବାକୁ କହି ପୂଜାକୁ ବ୍ରହ୍ମପୁର ଷ୍ଟେସନରେ ଛାଡି ଚିଣ୍ଟୁ କୁଆଡେ ପଳେଇ ଯାଇଥିଲେ ଯାହାକୁ ନେଇ ପୂଜା ବହୁତ ଖୋଜା ଖୋଜି କରିବା ପରେ ପ୍ରେମିକ ଚିଣ୍ଟୁଙ୍କୁ ନ ପାଇ ଅପ୍ରିଲ ୧୯ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ହିଞ୍ଜିଳି ପୋଲିସ କେସ ନଂ ୨୪୧/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଚିଣ୍ଟୁଙ୍କ କିଛି ସନ୍ଧାନ ମିଳିନଥିଲା । ଗତ କାଲି ଠାରୁ ନ୍ୟାୟ ଦାବୀ ନେଇ ପୂଜା ଗର୍ଭବତୀ ଅବସ୍ଥାରେ ତାଙ୍କର ୨ ବର୍ଷର ଶିଶୁ କନ୍ୟାକୁ ଧରି ପ୍ରେମିକଙ୍କ ଘର ଆଗରେ ଧାରଣା ବସିଥିଲେ । ଆଜି ପ୍ରେମିକର ସାନ ଭାଇ ଲିଟୁ ଗୌଡ଼ ଟାଙ୍ଗିଆରେ ଚୋଟ ପକାଇ ହତ୍ୟା କରିଥିବା ବେଳେ ହିଞ୍ଜିଳି ପୋଲିସ୍ ଏହି ମାମଲାରେ କେସ ନଂ ୨୯୭/୨୬ ରେ ଏଲ ମାମଲା ରୁଜୁ କରି ଅଭିଯୁକ୍ତ ଲିଟୁ ଗୌଡ଼ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

masiha

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

masiha

ଡକାୟତି ଘଟଣା ରେ ସମ୍ପୃକ୍ତ ୧୨ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ 

masiha

Leave a Comment

error: Content is protected !!