ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ଗତ କାଲି ଭବାନିପାଟଣା ସହର ପ୍ରଦେଶୀ ପଡାରେ ଥିବା ଭାଗିରଥି ଆଉଟ୍ ପଛପଟ ଶ୍ରୀରାମ ଗ୍ୟାସ୍ ପାଖରେ ଡାକ୍ତର ଅରୁଣ କୁମାର ସିଂ ଏବଂ ଡାକ୍ତର ସିଦ୍ଧାର୍ଥ ଦାସଙ୍କ ଦ୍ୱାରା ଆଧୁନିକ ଉପକରଣ ସହ ଏକ ନୂତନ ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଆରମ୍ଭ ହୋଇଛି। ଦୁଇ ଜଣ ଡାକ୍ତର କଟକ ଏସସିବି ମେଡିକାଲ କଲେଜରୁ ପାସ୍ ଆଉଟ୍ ହେବା ସହ ଡାକ୍ତର ଅରୁଣ ନର୍ଲା ନବୋଦୟ ବିଦ୍ୟାଳୟରୁ ପାଠ ପଢି ଥିବାରୁ ଏହି କ୍ଲିନିକର ନାମ ନବୋଦୟ ନାମରେ ନାମିତ କରିଛନ୍ତି। ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା ପୁରାତନ ଛାତ୍ରଛାତ୍ରୀ ସଂଗଠନର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା ଫିତା କାଟି କ୍ଲିନିକର ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ଏହା ଏକ ଅଗ୍ରଣୀ କ୍ଲିନିକ ହେବା ସହ କଳାହାଣ୍ଡିବାସୀଙ୍କ ପ୍ରତି ବିଶ୍ବାସ, ଭଲ ଓ ଶୁଳ୍କ ସେବା ଯୋଗାଇ ଦେବ ବୋଲି ଲକ୍ଷ୍ମୀନାରାୟଣ ଆଶା ପ୍ରକଟ କରିଥିଲେ । ଏହି ସମୟରେ ଡାକ୍ତରଙ୍କ ପରିବାର, ସାଙ୍ଗସାଥୀ ସହ ନର୍ଲା ନବୋଦୟର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଡକ୍ଟର ଅଜିତ ବେହେରା ପାଇଲେ ସରସ୍ଵତୀ ସମ୍ମାନ

ରାୟଗଡ଼ା ରେଳ ମଣ୍ଡଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲଙ୍କ ଉପଲବ୍ଧି ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ

Sunil Chandra Nayak

ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

Sunil Chandra Nayak

Leave a Comment

error: Content is protected !!