ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ଗତ କାଲି ଭବାନିପାଟଣା ସହର ପ୍ରଦେଶୀ ପଡାରେ ଥିବା ଭାଗିରଥି ଆଉଟ୍ ପଛପଟ ଶ୍ରୀରାମ ଗ୍ୟାସ୍ ପାଖରେ ଡାକ୍ତର ଅରୁଣ କୁମାର ସିଂ ଏବଂ ଡାକ୍ତର ସିଦ୍ଧାର୍ଥ ଦାସଙ୍କ ଦ୍ୱାରା ଆଧୁନିକ ଉପକରଣ ସହ ଏକ ନୂତନ ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଆରମ୍ଭ ହୋଇଛି। ଦୁଇ ଜଣ ଡାକ୍ତର କଟକ ଏସସିବି ମେଡିକାଲ କଲେଜରୁ ପାସ୍ ଆଉଟ୍ ହେବା ସହ ଡାକ୍ତର ଅରୁଣ ନର୍ଲା ନବୋଦୟ ବିଦ୍ୟାଳୟରୁ ପାଠ ପଢି ଥିବାରୁ ଏହି କ୍ଲିନିକର ନାମ ନବୋଦୟ ନାମରେ ନାମିତ କରିଛନ୍ତି। ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା ପୁରାତନ ଛାତ୍ରଛାତ୍ରୀ ସଂଗଠନର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା ଫିତା କାଟି କ୍ଲିନିକର ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ଏହା ଏକ ଅଗ୍ରଣୀ କ୍ଲିନିକ ହେବା ସହ କଳାହାଣ୍ଡିବାସୀଙ୍କ ପ୍ରତି ବିଶ୍ବାସ, ଭଲ ଓ ଶୁଳ୍କ ସେବା ଯୋଗାଇ ଦେବ ବୋଲି ଲକ୍ଷ୍ମୀନାରାୟଣ ଆଶା ପ୍ରକଟ କରିଥିଲେ । ଏହି ସମୟରେ ଡାକ୍ତରଙ୍କ ପରିବାର, ସାଙ୍ଗସାଥୀ ସହ ନର୍ଲା ନବୋଦୟର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଚଳିତ ବର୍ଷ ନିଃଶୁଳ୍କ ଶିକ୍ଷାଦାନ

Sunil Chandra Nayak

ମଣିପୁର ହିଂସା କୁ ରୋକିବା ପାଇଁ କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

Leave a Comment

error: Content is protected !!