ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

ଧର୍ମଗଡ଼ ସହର ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ଧର୍ମଗଡ଼ ରେଡ଼କ୍ରସ ଟାଉନ ହଲ ପୁନଃ କାର୍ଯ୍ୟକ୍ଷମ ହୋଇ ନ ପାରିବା ନେଇ ସହରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।୨୦୦୪ ମସିହାରେ ଧର୍ମଗଡ଼ ର ତତ୍କାଳୀନ ଉପଜିଲ୍ଲାପାଳ ଭି. କେ. ପାଣ୍ଡିଆନ, ଆଇଏଏସ, ବିଭିନ୍ନ ସରକାରୀ ଅନୁଦାନରୁ ଏହି ଟାଉନ ହଲ ର ଶୁଭାରମ୍ଭ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ ମସିହାରେ ଏହାର ଶୁଭ ଉଦଘାଟନ କରିଥିଲେ ହେଲେ ରକ୍ଷଣା ବେକ୍ଷଣ ଅଭାବରୁ କିଛି ବର୍ଷ ପରେ ଉକ୍ତ ଟାଉନହଲ ଅବସ୍ଥା ଦୟନୀୟ ହୋଇ ପଡିଥିଲା। ବହୁ ହାରି ଗୁହାରି ପରେ ୨୦୨୪ ମସିହାରେ ଉକ୍ତ ରେଡକ୍ରସ ଟାଉନ ହଲ ର ନବୀକରଣ ପାଇଁ ଟେଣ୍ଡର ହୋଇଥଲା। ବିଜେଡ଼ି ସରକାର ଯାଇ ବିଜେପି ସରକାରର ପରିବର୍ତ୍ତନ ହେଲା ଅଥଚ ଏଯାଏଁ ରେଡକ୍ରସ ଟାଉନ ହଲ ଏଯାଏଁ କାର୍ଯ୍ୟକ୍ଷମ ନ ହେବା ନେ଼ଇ ସର୍ବସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଉକ୍ତ ରେଡକ୍ରସ ଟାଉନ ହଲ ର ନବୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୨ କୋଟି ୭୭ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇ ଟେଣ୍ଡର ହୋଇଥିଲା। ଏହି ଟଙ୍କାରେ ଟାଉନ ହଲ ର ସିଭିଲ ୱାର୍କ, ଇଲେକ୍ଟ୍ରିଫିକେସନ, ବିଦ୍ୟୁତ ଟ୍ରାନସଫର୍ମର, ପାନୀୟ ଜଳର ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ଶୀତ ତାପ ନିୟନ୍ତ୍ରଣ କରାଯିବାର ବ୍ୟବସ୍ଥା ରହିଥିଲା। ହେଲେ ଉକ୍ତ ଟାଉନ ହଲ ରେ ସଂପ୍ରତି ୧ କୋଟି ୪୧ ଲକ୍ଷ ଖର୍ଚ୍ଚ ହୋଇ ଯାଇଥିଲେ ହେଁ ଏଯାଏଁ ଗୋଟିଏ ଟଙ୍କା ମଧ୍ୟ ଆସି ନ ଥିବା ଟେଣ୍ଡର ନେଇଥିବା ଠିକାଦାର ଙ୍କ ଠାରୁ ପ୍ରକାଶ। ନୂତନ ଭାବେ ବିଦ୍ୟୁତକରଣ ହୋଇ ଯାଇଛି ମାତ୍ର ଟିପିଡବ୍ଲୁଓଡିଏଲ୍ ରେ ଅର୍ଥ ଜମା ହୋଇ ନ ଥିବାରୁ ବିଦ୍ୟୁତ ଟ୍ରାନସଫର୍ମର ଲାଗି ପାରିନାହିଁ।

ଏନେଇ ବିଭାଗୀୟ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ଲାନିଙ୍ଗ କୁ ଚିଠି ଲେଖି ଥିବା ବେଳେ ଗତ ଡିସେମ୍ବର ମାସରେ କଳାହାଣ୍ଡି ଜିଲ୍ଲାପାଳ ଅଧ୍ୟକ୍ଷ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କୁ ଅର୍ଥ ବରାଦ ପାଇଁ ଚିଠି ଲେଖି ଥିବା ଜଣାଯାଇଛି। ସହର ମଝିରେ ଥିବା ଉକ୍ତ ରେଡକ୍ରସ ଟାଉନ ହଲ ପୁନଃ କାର୍ଯ୍ୟକ୍ଷମ ହେଲେ ସହର ବାସୀ ବହୁ ଉପକୃତ ହେବେ।

ସର୍ବ ସାଧାରଣ ଙ୍କ ସ୍ଵାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରସାଶନ ଉକ୍ତ ରେଡକ୍ରସ ଟାଉନ ହଲ ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପହଲଗାଁ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ସଭା

masiha

ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା:୩ ଗୁରୁତର ଆହତ ମାନଙ୍କୁ ଗୋଷ୍ଟି ସ୍ଵାସ୍ଥ୍ୟ୍ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

masiha

Leave a Comment

error: Content is protected !!