ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ନାରୀ ଅଧିକାର ପାଇଁ ଗର୍ଜିଲେ ମହିଳାମାନେ: ଵିଜାତଳା ରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା”

“ନାରୀ ଅଧିକାର ପାଇଁ ଗର୍ଜିଲେ ମହିଳାମାନେ: ଵିଜାତଳା ରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା”

ରାଇରଙ୍ଗପୁର – ନାରୀ ଅଧିକାର ଓ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇ ବିଜାତଳା ବ୍ଳକ ଅଞ୍ଚଳର ଦୁଇଟି ବିଜେପି ମହିଳା ମୋର୍ଚା ମଣ୍ଡଳ ତରଫରୁ ଏକ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଖନ୍ତ ଛକରୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପର୍ଯ୍ଯନ୍ତ ଏକ ବିଶାଳ ପ୍ରତିବାଦ ପଦଯାତ୍ରା ରାଲିରେ ବହୁ ସଂଖ୍ୟକ ମହିଳାଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା।

 ମହିଳାମାନେ ହାତରେ ପ୍ଲାକାର୍ଡ ଧରି “ନାରୀ ଶକ୍ତି ଜିନ୍ଦାବାଦ”, “ନାରୀ ଅଧିକାର ସୁରକ୍ଷିତ ହେଉ” ପରି ସ୍ଲୋଗାନ ଦେଇ ଶକ୍ତିଶାଳୀ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ଏହି ରାଲିରେ ସମ୍ପ୍ରତି ସଂସଦରେ ପାସ୍ ହୋଇନଥିବା ନାରୀ ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ – ୨୦୨୬) ପ୍ରତି ବିରୋଧୀ ଦଳଙ୍କ ଆପତ୍ତିକୁ ନେଇ ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ନାରୀଙ୍କ ଅଧିକାର ଓ ସମ୍ମାନ ପ୍ରତି କୌଣସି ରାଜନୈତିକ ବାଧା ସହିବାଯୋଗ୍ୟ ନୁହେଁ।

ଏହି ପ୍ରତିଵାଦ ରାଲିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦଵ ହାଁସଦାଃ, ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ, ଜିଲ୍ଲା ସଂପାଦକ ସରୋଜ ମହାନ୍ତ,ଅଭୟ ମହାନ୍ତ,ମୁଖ୍ୟ ଅତିଥି ଭାଦଵ ଚରଣ ହାଁସଦାଃ,କୁତୁଲୁ ହାଁସଦାଃ, ଜିଲ୍ଲା ମହିଳା ସଂପାଦିକା ମଂଜୁଲତା ଗିରି,ଲିଙ୍କନ ମହାନ୍ତ,ଯୁଗଳ ଧୀର,ଆରତୀ ପାତ୍ର,ରିଙ୍କି ରାଣୀ ପାତ୍ର,ଦୀପା ମହାନ୍ତ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳାମାନେ ଏକତ୍ରିତ ହୋଇ ନାରୀ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। “ପରିବେଶ ଉତ୍ସାହ ଓ ଶକ୍ତିରେ ଭରିଯାଇଥିଲା ।

ଶେଷରେ ଆୟୋଜକମାନେ କହିଥିଲେ ଯେ, ଏହି ଆନ୍ଦୋଳନ କେବଳ ଏକ ଦିନର ପ୍ରତିବାଦ ନୁହେଁ, ଏହା ନାରୀ ଅଧିକାର ଓ ସମ୍ମାନ ପାଇଁ ଆଗାମୀ ଦିନରେ ଆହୁରି ଦୃଢ଼ ଆନ୍ଦୋଳନର ଆରମ୍ଭ।।କାର୍ଯ୍ଯକ୍ରମ ବରିଷ୍ଠ ବିଜେପି ନେତା ସରୋଜ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

masiha

ସ୍ଥାପତ୍ୟ ଙ୍କ ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ 

masiha

Leave a Comment

error: Content is protected !!