ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମଦାତ୍ରୀ ମାଆ ପାଇଁ ଦିନ ଟିଏ….

ଜନ୍ମଦାତ୍ରୀ ମାଆ ପାଇଁ ଦିନ ଟିଏ….

ରାଉରକେଲା: ସାମାଜିକ ଅନୁଷ୍ଠାନ ରାଉରକେଲାର ମୋନାଲିସା ପଜିଟିଭ ତରଫରୁ ଜନ୍ମଦାତ୍ରୀ ମା ପାଇଁ ଦିନଟିଏ, ଆସନ୍ତାକାଲିର ସହଯୋଗ ର ହାତଟିଏ, ଶୀର୍ଷକ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କ୍ଲବରେ ବିଭିନ୍ନ ବିଭାଗର ପ୍ରମୁଖ ମାଆ ମାନଙ୍କୁ ନେଇ ଏହା ପାଳନ କରାଯାଇଥିଲା । ଏଥିରେ ଆଇନଜୀବୀ ରେଖା ଗୁପ୍ତା ସଭାପତିତ୍ବ କର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦିକା ଇ,ଚୈତନ୍ୟ ଏ ସଂସ୍ଥାର ଆଦର୍ଶ ଓ ଜନହିତକର କାର୍ଯ୍ଯ କ୍ରମର ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ। ଶିକ୍ଷାବିତ ଇନ୍ଦିରା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ କୁ ପରିଚାଳନା ତଥା ଶିକ୍ଷାବିତ ନିରୁପମା ପତି ଏ ଅନୁଷ୍ଠାନ ର ଉଦ୍ଦେଶ୍ୟ, ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ତଥା ମାତୃଦିବସର ମହତ୍ବ ଉପରେ ଗୁରୁତ୍ଵାରୋପ କରିଥିଲେ।ସହରର ବିଭିନ୍ନ ପ୍ରକାରର ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୀମା ଗିରି,ନିରୁପମା ପତି,କେତକୀ ଭଟ୍ଟାଚାର୍ଯ୍ୟ,ଶ୍ରଦ୍ଧା ଷଡଙ୍ଗୀ, ସସ୍ମିତା ପ୍ରଧାନ, ମୋନାଲିସା ଗୌଡ ପ୍ରମୁଖ ମାତୃଦିବସ ଉପରେ ଆଲୋକପାତ କରିଥିଲେ। ଏହି ସଂସ୍ଥାର ବିଭିନ୍ନ ସଦସ୍ଯ ଯଥା ବନ୍ଦନା ପଣ୍ଡା,ରାଜଲକ୍ଷ୍ମୀ ପାତ୍ର ଇତ୍ୟାଦି ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ, ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ୨ ମୃତ୍ୟୁ

Sunil Chandra Nayak

ସ୍ୱାମୀ ମୃତ୍ୟୁର ୧୨ବର୍ଷ ପରେ ବି ବିଧବା ଭତା ଓ ବିକଳାଙ୍ଗ ଭତାରୁ ବଞ୍ଚିତ

Sunil Chandra Nayak

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

Leave a Comment

error: Content is protected !!