ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

ଆସିକା , ୧୧/୫/୨୬ (ଶିବ ଶଙ୍କର ମିଶ୍ର )ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତା ରୋକ I ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି l ରାସ୍ତା ଅବରୋଧ ଯୋଗୁଁ ସୋରଡ଼ା – ଝଗଡେଇ ଓ ଜାହାଡା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି l ସିଙ୍ଗିପୁର ଗ୍ରାମରେ ପାଖାପାଖି 1000 ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ବସୁଧ୍ୟା ଯୋଜନାରେ ପାଣି ଟାଙ୍କି ମଧ୍ୟ ରହିଛି l କିନ୍ତୁ ଦୀର୍ଘ ଦିନ ହେଲା ମୋଟର କାମ କରୁନଥିବାରୁ ଗ୍ରାମବାସିଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳିବାରେ ଅସୁବିଧା ହେଉଛି । ଫଳରେ ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଋଷିକୁଲ୍ୟା ନଦୀରୁ ଚୁଆ ଖୋଳି ନଦୀର ଦୂଷିତ ପାଣି ବ୍ୟବହାର କରି ରୋଗରେ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି ।ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି । ସୋମ ବାର ସକାଳ ସୀଙ୍ଗି ପୁର ଗ୍ରାମର ଶତାଧିକ ମହିଳା ପୁରୁଷ ପାଣି ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି , ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିପ୍ତାଂଶୁ ପରିଡ଼ା,ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝା ସୁଝା କରିବା ସହ ଦୁଇ ତିନିଦିନ ଭିତରେ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

Related posts

ପଟାଶାଳ କୁ ଗଡୁନି ଲକ୍ଷ୍ମୀ ବସ, ବଢ଼ୁଛି ଜନ ଅସନ୍ତୋଷ

Sunil Chandra Nayak

କୋକସରା ତହସିଲ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ

masiha

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!