ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ 

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ 

କନ୍ଧମାଳ , ତା, ୧୨/୦୫: (ମନିସ): ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ । ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି ଗୋଦାମ ଘର ଏବଂ ଚାଉଳ ବିତରଣ କେନ୍ଦ୍ର ତାଲା ଦେଇ ବନ୍ଦ କରି ଯାଇଥିଲେ ଯୋଗାଣ ସହାୟକ । ସୋମବାର ସକାଳେ ଗୋଦାମ ଘର ତାଲା ଭାଙ୍ଗି ଖୋଲାଥିବା ଦେଖି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକଙ୍କୁ ଜଣାଇଥିଲେ ଅଞ୍ଚଳବାସୀ । ସରପଞ୍ଚ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ କ.ନୁଆଗାଁ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତିରଞ୍ଜନ ବିଶ୍ବାଳଙ୍କୁ ଜଣାଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଁଞ୍ଚି ଷ୍ଟକ୍ ଯାଞ୍ଚ୍ କରିବା ପରେ ଗୋଦାମ ଘରେ ସମୁଦାୟ ୯୬୩ ବସ୍ତା ଚାଉଳ ଥିଲା ଏବଂ ସେଥିରୁ ୯ ବସ୍ତା ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ସନ୍ଦେହରେ ଗ୍ରାମବାସୀ କାବୁ କରିଥିବା ଦୁଇଜଣ ଯୁବକଙ୍କୁ ପୋଲିସର ଜିମା ଦେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

କାମାନ୍ଧ ,ଶଶ୍ବର ଘର ଟଙ୍କା ଉପରେ ନଜର ଓ ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରି ବନ୍ଧା ହେଲେ ଉଚ୍ଚ ଶିକ୍ଷିତ ଡାକ୍ତର 

Sunil Chandra Nayak

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

masiha

ବଲାଙ୍ଗୀର ପାଟଣାଗଡ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

masiha

Leave a Comment

error: Content is protected !!