ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

ହିଞ୍ଜିଳିକାଟୁ,ତା ୧୨/୫ ସୋମବାର ଅପରାହ୍ନ ସମୟରେ ହିଞ୍ଜିଳି ଥାନା ପରିଦର୍ଶନ କରିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର । ଖରିଡ଼ା ହତ୍ୟା ଘଟଣାରେ ଉଭୟ ନାବାଳକ ଅଭିଯୁକ୍ତ ଥିବାରୁ ସେମାନଙ୍କ ସୁରକ୍ଷା ଓ ସ୍ଥିତି ପରଖିବା ସହ ମାନସିକତା ପରିବର୍ତ୍ତନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଥାନାଧିକାରୀଙ୍କୁ ରିପୋର୍ଟ ପାଇଁ ଜଣାଇଥିଲେ । ହିଞ୍ଜିଳି ଥାନା ପରିସରରେ ଶିଶୁ ଉଦ୍ୟାନ ପାଇଁ ପ୍ରସ୍ତାବ ରଖିଥିଲେ । ତା ‘ସହ ମହିଳା ଓ ଶିଶୁ ବିକାଶ ଡେସ୍କ ବୁଲି ଖୁସି ପ୍ରକଟ କରିଥିଲେ । ଅନ୍ୟାନ୍ୟ ଶିଶୁ ସୁରକ୍ଷା ଆଇନ ଅଧୀନରେ ଥିବା ମାମଲାର ଅଗ୍ରଗତି ଉପରେ ଥାନାଧିକାରୀ ଶ୍ରୀନିବାସ ସେଠୀଙ୍କୁ ପଚାରି ବୁଝିଥିଲେ ।ଗସ୍ତ ସମୟରେ ଥାନାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

 

Related posts

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ 

Sunil Chandra Nayak

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ : ମନ୍ଦିର ମେଡିକାଲ ପରିଦର୍ଶନ ସହ ବିଭିନ୍ନ ଅଭିଯୋଗ ପରଖିଲେ

Sunil Chandra Nayak

ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ଉନ୍ମୋଚନ ପର୍ବ ଓ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!