ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ବାଲିଗୁଡା, ତା ୧୨/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି। ଏ ନେଇ ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

Sunil Chandra Nayak

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

masiha

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!