ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ରାଇରଙ୍ଗପୁର,12/5: ଆଜି ଅପରାହ୍ନରେ ଯଶିପୁର ବ୍ଲକ ଅନ୍ତର୍ଗତ ଯଶିପୁର ବ୍ଲକର 17 ଟି ଗ୍ରାମପଞ୍ଚାୟତ 166ଟି ଗ୍ରାମ ଏବଂ ରରୁଆଁ ବ୍ଲକର 3 ଟି ଗ୍ରାମପଞ୍ଚାୟତର 26ଟି ଗ୍ରାମ ନିମନ୍ତେ ଯଶିପୁର ନିକଟସ୍ଥ ମଉଦି ଗ୍ରାମପଞ୍ଚାୟତର ସାନଜୁଣପୋଷିଠାରେ 236 କୋଟି 27 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କର କମଳରେ ହୋଇଯାଇଛି l ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ, କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋୟ, ଯଶିପୁର ବ୍ଲକ ଚେୟାରମ୍ୟାନ କୁମୁଦିନୀ ଦଳେଇ, ରରୁଆଁ ବ୍ଲକ ଚେୟାରମ୍ୟାନ ଅଜିତ କୁମାର ତିରିଆ ପ୍ରମୁଖ ମଂଚାସୀନ ଥିଲେ l ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ତାଙ୍କରି ବକ୍ତବ୍ୟରେ ଯଶିପୁର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ ମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଥିବାରୁ ତାଙ୍କୁ ସାଧୁବାଦ ଜଣାଇ ଥିଲେ l ସରକାରଙ୍କ ତରଫରୁ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ଏହାର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ l ମୁଖ୍ୟ ଅତିଥି ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ତାଙ୍କରି ବକ୍ତବ୍ୟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ସମସ୍ୟାର ପ୍ରତିକାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି l ଯେଉଁଠି ନିହାତି ପାନୀୟ ଜଳ ଯୋଗାଣ ପାଇଁ ଅସୁବିଧା ରହିଛି ସେଠାରେ ଟ୍ୟାଙ୍କର କିମ୍ବା ସ୍ୱତନ୍ତ୍ର ନଳକୂଅ ଖୋଳି ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଉଛି l ଜଣକ ପାଇଁ ଦୈନିକ 70 ଲିଟର ପାଣିର ଆବଶ୍ୟକତା ରହିଛି l ପାଣି ଯୋଗାଣ ବେଳେ ପାଣି ଚୋରିକୁ ରୋକିବା ପାଇଁ ସମସ୍ତେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିଦ୍ୟୁତ ଆଘାତ ଲାଗି ଯୁବକ ମୃତ

Sunil Chandra Nayak

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ , ସଭାପତି ପଦବୀ ପାଇଁ ଜଣେ ମାତ୍ର ମହିଳା ପ୍ରାଥିନିଙ୍କ ନାମାଙ୍କନ ପତ୍ର ଦାଖଲ

masiha

ଗୋଟିଏ ବି ଶିଶୁ ବିଦ୍ୟାଳୟ ବାହାରେ ରହିବେ ନାହିଁ, ସମସ୍ତ ବିଦ୍ୟାଳୟର ବାହାରେ ଥିବା ଶିଶୁଙ୍କୁ ଚିହ୍ନଟ କରି ନିୟମିତ କରାଯିବ

Sunil Chandra Nayak

Leave a Comment

error: Content is protected !!