ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବଚ୍ଛ ଶାସନର ନଗ୍ନ ନମୁନା,ଯୋଗ୍ୟକୁ ହତାଦର ଅଯୋଗ୍ୟକୁ ଆଦର 

ସ୍ବଚ୍ଛ ଶାସନର ନଗ୍ନ ନମୁନା,ଯୋଗ୍ୟକୁ ହତାଦର ଅଯୋଗ୍ୟକୁ ଆଦର 

କଲମପୁର -୧୪/୫(ମସିହା ) ବୟସର ଅପରାହ୍ନରେ ଲୋକେ ଭତ୍ତା ଖଣ୍ଡିକ ପାଇବା ପାଇଁ କେତେ ନେହୁରା ହୋଇ ଘୁରି ବୁଲୁଛନ୍ତି,କାହା ଭାଗ୍ୟରେ ସଫଳତା ମିଲୁଛି ତ କାହା ଭାଗ୍ୟରେ ଆଦୌ ମିଳୁନାହିଁ,କାଗଜ ପତ୍ରରେ ସାମାନ୍ୟ ତୃଟି ରହିଥିଲେ ତାହା ଖାରଜ ହୋଇ ଯାଉଛି, ଏଭଳି ସମୟରେ ଜଣେ ଯାଞ୍ଚିତ ପ୍ରମାଣପତ୍ର ଦାଖଲ ନ କରି ଭତ୍ତା ପାଇବାରେ ସଫଳ ହେଲେ , ଏହା ହିଁ ସ୍ଵଛ ଶାସନର ସ୍ବଚ୍ଛତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି,ମିଲିଥିବା ସୂଚନା ଅନୁସାରେ ଚଳିତ ବର୍ଷର ଘଟିଯାଇଥିବା ଦୁଇ ତିନୋଟି ଘଟଣାକୁ ନିରିଖେଇ ଦେଖିଲେ ପ୍ରଶାସନର ପାରିଲା ପଣିଆ ଆପେ ଆପେ ବାରି ହୋଇ ପଡ଼ିଛି, ଚଳିତ ବର୍ଷ ପ୍ରାରମ୍ଭରେ ବିଜେପିର ପୂର୍ବତନ ମଣ୍ଡଳ ସଭାପତିକୁ ସର୍ବ ସମ୍ମୁଖରେ ଭତ୍ତା ପ୍ରଦାନ କରାଗଲା, ସେହି ଦୃଶ୍ୟକୁ ଲୋକେ ଆଖି ତରାଟି ଦେଖିଥିଲେ, ସେଠାରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା , ଲୋକେ ଚର୍ଚ୍ଚା କରିଥିଲେ ଗାଁର ଗୌନ୍ତିଆ, ଖାଦ୍ୟ ପେୟର ଅଭାବ ନାହିଁ, ଏଭଳି ବ୍ୟକ୍ତି କିଭଳି ଭତ୍ତା ପାଇବାରେ ସକ୍ଷମ ହେଲେ, ଯଦି ଏମାନେ ଗରିବ ତେବେ ମଳିମୁଣ୍ଡିଆକୁ କଣ କୁହାଯିବ, ଏପ୍ରସଙ୍ଗ ମନରୁ ନ ଲିଭୁଣୁ ପୁଣି ପ୍ରଶାସନ ଆଉ ଏକ ଫର୍ଦ ଯୋଡିଦେଲା,ଏଥର ଜଣେ ଅବସରପ୍ରାପ୍ତ ଚାକିରିଆ ଦମ୍ପତିଙ୍କୁ ଭତ୍ତା ଯୋଗାଇ ଦେଲା, ଆର୍ଥିକସ୍ବଛଳ ବ୍ୟକ୍ତି ମାନଙ୍କ ଭିତରେ ସେମାନେ ଗଣା ହୋଇ ଆସୁଛନ୍ତି,ଏହା ପରେ ଜଣେ ଛାଡ଼ପତ୍ର ପ୍ରାପ୍ତ କରିନଥିବା ମହିଳାଙ୍କୁ ସ୍ବାମୀ ପରିତ୍ୟକ୍ତା ଭତ୍ତା ଯୋଗାଇ ଦେଲା, ଏଠାରେ ପ୍ରଶ୍ନ ହେଉଛି ଏହା ସମ୍ଭବ ହେଉଛି କିପରି,କଣ ରହିଛି ଏହାର ଅସଳ ରହସ୍ୟ ତାହାହିଁ ତଦନ୍ତ ସାପେକ୍ଷ, ବିଗତ ଦିନରେ ପୂର୍ବତନ ଜନୈକା ସରପଞ୍ଚ ଏହି ଅଞ୍ଚଳରେ ଭତ୍ତା ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଠାରେ ଅଭିଯୋଗ କରିଥିଲେ,ଏ ସମୟରେ ବିଭିନ୍ନ ଗଣମାଧ୍ୟମରେ ସଧବା ପାଉଛି ବିଧବା ଭତ୍ତା ଶିର୍ଷକ ଖବର ହଇଚଇ ସୃଷ୍ଟି କରିଥିଲା, ତାପରେ ମଧ୍ୟ ଏଥିରେ ସୁଧାର ଆସି ପାରି ନାହିଁ, ଲୋକଙ୍କ ସରକାର ଲୋକଙ୍କ ସେବା କିପରି କରୁଛନ୍ତି ତାହା ଏହିଥିରୁ ହିଁ ଅନୁମେୟ, ତେବେ ଖବର ପ୍ରସାରଣ ପରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା,

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

masiha

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!