ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

  ବ୍ରହ୍ମପୁର,ତା ୧୩/୦୫ ନିଟ୍-ୟୁଜି (NEET-UG) ସହ ବିଭିନ୍ନ କେନ୍ଦ୍ରୀୟ ପରୀକ୍ଷାରେ ଘଟୁଥିବା ପ୍ରଶ୍ନପତ୍ର ଲିକ୍, ଅନିୟମିତତା ଏବଂ ଦୁର୍ନୀତି ଘଟଣାର ପ୍ରତିବାଦରେ ଆଜି ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ ହେବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଠାରେ ସୂଚନା ଥାଉ କି, ରାଜସ୍ଥାନରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନିଟ୍-ୟୁଜି (NEET-UG) ୨୦୨୬ ପରୀକ୍ଷା ବାତିଲ ଏବଂ ସିବିଆଇ (CBI) ତଦନ୍ତ ନିର୍ଦ୍ଦେଶ ଦେଶର କେନ୍ଦ୍ରୀୟ ପରୀକ୍ଷା ବ୍ୟବସ୍ଥାର ଗଭୀର ସଙ୍କଟକୁ ସ୍ପଷ୍ଟ କରିଛି। ଏନ୍‌ଟିଏ (NTA) ବାରମ୍ବାର ନିରପେକ୍ଷ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ବିଫଳ ହେଉଥିବାରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଗଭୀର ଅନିଶ୍ଚିତତା ଓ କ୍ଷୋଭ ସୃଷ୍ଟି ହୋଇଛି। କେନ୍ଦ୍ରୀକୃତ ପରୀକ୍ଷା ବ୍ୟବସ୍ଥାର ବାରମ୍ବାର ବିଫଳତା କୋଚିଂ ଶିଳ୍ପର ସ୍ୱାର୍ଥକୁ ଆହୁରି ପ୍ରୋତ୍ସାହିତ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ମାନସିକ, ଆର୍ଥିକ ଓ ଶୈକ୍ଷିକ ଚାପ ବଢ଼ାଇ ଦେଉଛି। ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଖେଳ ଖେଳୁଥିବା ପ୍ରକୃତ ଦୋଷୀମାନଙ୍କୁ କଠୋର ଶାସ୍ତି ଦିଆନଗଲେ ଏଭଳି ଘଟଣାର ପୁନରାବୃତ୍ତି ଘଟି ଚାଲିଥିବ ବୋଲି ସଂଗଠନ ପକ୍ଷରୁ ଦୃଢ଼ ଆଶଙ୍କା ବ୍ୟକ୍ତ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଶ୍ନ ପତ୍ର ଲିକ ଘଟଣାର ବିଚାର ବିଭାଗୀୟ ତଦାରଖରେ ଏକ ସ୍ୱଚ୍ଛ ଏବଂ ସମୟବଦ୍ଧ ତଦନ୍ତ କରିବା, ପଦବୀ ଓ କ୍ଷମତା ନିର୍ବିଶେଷରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ବିଧାନ କରିବା, ତଦନ୍ତର ଫଳାଫଳକୁ ସମ୍ପୂର୍ଣ୍ଣ ଭାବେ ସର୍ବସାଧାରଣରେ ପ୍ରକାଶ କରିବା, ସମସ୍ତ ଜାତୀୟସ୍ତରୀୟ ପରୀକ୍ଷାରେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ତଥା ନିଟ୍ ୟୁଜି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ (NTA) କୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତ ପରୀକ୍ଷା ସରକାର ନିଜେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ସହ ପରିଚାଳନା କରିବାକୁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଆଜିକାର କାର୍ଯ୍ୟକ୍ରମରେ ଏଆଇଡିଏସ୍ଓ ରାଜ୍ୟ ସଭାପତି ସୋମନାଥ ବେହେରା, ସଙ୍ଗଠନର ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁ, କୋଷାଧ୍ୟକ୍ଷ କିସାନ୍ କୁମାର ସାହୁ ଏବଂ ସୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ, ବାମିଆ ଉଗ୍ରସେଣ୍ଡି ଆଦି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!