ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଲା ମାଳୀ (ପଟେଲ) ସମାଜ ସାଧାରଣ ବୈଠକ

କୋଶଲା ମାଳୀ (ପଟେଲ) ସମାଜ ସାଧାରଣ ବୈଠକ

ଧର୍ମଗଡ଼ :କୋଶଲା ମାଳୀ (ପଟେଲ) ସମାଜ ର ଏକ ସାଧାରଣ ସଭା ତରାପୁର କୋଶଲା ମାଳୀ (ପଟେଲ) ସମାଜ ଭବନ ଠାରେ ସମାଜର ଉପ-ସଭାପତି ଶ୍ରୀଯୁକ୍ତ ଧର୍ମୁ ପଟେଲ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି । 

ବିଗତ ଦିନରୁ କୋଶଲା ମାଳୀ (ପଟେଲ) ଜିଲ୍ଲା ସଭାପତି ପଦବୀ ଖାଲି ରହି ଥିଲା । ଏହି ଅବସରରେ ଶ୍ରୀଯୁକ୍ତ ଜନ୍ମେଜୟ ନାଏକ ଙ୍କୁ ଜିଲ୍ଲା ସଭାପତି ରୂପେ ମନୋନୀତ କରାଗଲା ଏବଂ ସମାଜରେ କୁସଂସ୍କାର ଅନ୍ଦ ବିଶ୍ୱାସ ସମାଜର ଶିକ୍ଷା ଓ ସ୍ଵାସ୍ଥ୍ୟ ଓ ସର୍ବାଙ୍ଗୀନ ବିକାଶ କ୍ଷେତ୍ର ରେ ବିଶଦ ଭାବରେ ଆଲୋଚନା ହେଇଥିଲା । 

ମଞ୍ଚାସିନ ଅତିଥି ଭାବରେ କୋଶଲା ମାଳୀ (ପଟେଲ) ସମାଜ ର ଉପ-ସଭାପତି ଧର୍ମୁ ପୁଟେଲ,ସମ୍ପାଦକ ପବିତ୍ର ପଟେଲ,ସହ ସମ୍ପାଦକ ଜୟହରି ପଟେଲ,କୋଷାଧ୍ୟକ୍ଷ ପ୍ରଦୀପ ପଟେଲ,ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୟ କୁମାର ପଟେଲ,ପୂର୍ବତନ ଜିଲ୍ଲା ସଭାପତି ଘନଶ୍ୟାମ ପଟେଲ,ଶ୍ରୀଯୁକ୍ତ ଟଙ୍କଧର ପଟେଲ,ଗଣେଶ ରାମ ନାଏକ,ମସ୍ତରାମ ପଟେଲ ।

ଉପସ୍ଥିତ ଚିନ୍ତାମଣି ପଟେଲ,ଜୟକର ପଟେଲ,ରଘୁ ପଟେଲ,ଅଚ୍ୟୁତ ପଟେଲ,କୁଳମଣୀ ପଟେଲ,ପଦ୍ମରାମ ପଟେଲ ଓ କଳାହାଣ୍ଡି କୋଶଲା ମାଳୀ (ପଟେଲ ) ସମାଜର ଆଞ୍ଚଳିକ କେନ୍ଦ୍ର ସଭାପତି ସମ୍ପାଦକ ଓ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍ମାର୍ଟ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଗଲା

Sunil Chandra Nayak

ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପକ୍ଷ ପାଳନ 

Sunil Chandra Nayak

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ

Leave a Comment

error: Content is protected !!