ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

ଅନଲାଇନ୍‌ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ଆଗାମୀ ମେ ୨୦ ତାରିଖରେ ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମସ୍ତ ଔଷଧ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଔଷଧ ଦୋକାନୀମାନଙ୍କର ଏହି ଆଭିମୁଖ୍ୟକୁ ନେଇ ଆଜି ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲ୍‌ରେ ‘କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ଚାଲିଥିବା ଇ-ଫାର୍ମାସି ବା ଅନଲାଇନ୍ ଔଷଧ ବ୍ୟବସାୟ ଯୋଗୁଁ ପାରମ୍ପରିକ ଔଷଧ ବ୍ୟବସାୟୀମାନେ ଜୀବିକା ହରାଇବା ସହ ଗ୍ରାହକମାନେ ନକଲି ଔଷଧର ଶିକାର ହେବାର ଆଶଙ୍କା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଶୋକ ରାଉତ, ସମ୍ପାଦକ ନିକୁଞ୍ଜ ଦତ୍ତାଙ୍କ ସମେତ ସଂଘର ବହୁ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

ନର୍ଲା ସତସଙ୍ଗ କେନ୍ଦ୍ରରେ ପ୍ରେସ୍ ମିଟ ଆସନ୍ତା ୧୧ ଫେବୃଆରୀ ହେବ ପ୍ରତିଷ୍ଠା ଉତ୍ସବ

masiha

ରାଇରଙ୍ଗପୁରରେ ଦୁଇ ଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ- ୨୦୨୩ 

Sunil Chandra Nayak

Leave a Comment

error: Content is protected !!